Photo2 For The News Of Subhadra Yojana

ସୁଭଦ୍ରା ଯୋଜନାର ସଫଳତାକୁ ନେଇ ପ୍ରଶ୍ନବାଚୀ, ଜିପିଏସ ଲିଙ୍କ ଫେଲ

State
  • ଆବେଦନ ପାଇଁ ରାତି ଉଜାଗର ଆବେଦନକାରୀ

ଆଗରପଡ଼ା: ବର୍ତ୍ତମାନ ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଜନସେବା କେନ୍ଦ୍ର,ମୋ ସେବା କେନ୍ଦ୍ର,ବ୍ୟାଙ୍କ,ପୋଷ୍ଟ ଅଫିସ ଗୁଡ଼ିକରେ ଲୋକମାନଙ୍କ ଅସମ୍ଭବ ପ୍ରକାର ଭିଡ଼ ହେଉଥିବାର ପରିଲକ୍ଷିତ ହେଉଛି । ମୋବାଇଲ ନଂ ସହ ଆଧାର ଲିଙ୍କ ହେଉବା ଆକାଉଣ୍ଟ ଲିଙ୍କ ପାଇଁ ହେଉ କିମ୍ବା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବା ପାଇଁ ହେଉ ପ୍ରତି ସ୍ଥାନରେ ଲୋକମାନେ ଘଣ୍ଟାଘଣ୍ଟା ଧରି ଲମ୍ବା ଲାଇନରେ ଠିଆହୋଇ ମଧ୍ୟ କାର୍ଯ୍ୟ ସଫଳ ହୋଇପାରୁନାହିଁ । ଏହାର ମୂଳ କାରଣ ଜିପିଏସ ଲିଙ୍କ ଫେଲ ଓ ସ୍ଲୋ । ସବୁଠୁ ଆଶ୍ଚର୍ଯ୍ୟ କଥା ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ର ଆଦି ଗୁଡ଼ିକରେ ରାତି ଉଜାଗର ହୋଇ ବିଶେଷ କରି ମହିଳାମାନେ ସୁଭଦ୍ରା ଯୋଜନାରେ ଆବେଦନ କରିବାପାଇଁ ଲମ୍ବା ଲାଇନରେ ଠିଆ ହେବା ଦୃଶ୍ୟ ଆଗରପଡ଼ା ଅଂଚଳରେ ଦେଖିବାକୁ ମିଳିଛି ।

Photo1 For The News Of Subhadra Yojana

ସରକାରୀ ସ୍ତରରେ ପ୍ରଣୟନ କରାଯାଉଥିବା ଯୋଜନା ସରକାରଙ୍କ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିଲେ ସୁଦ୍ଧା ଏହାର ସଫଳରୂପାୟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଏହାର ସଫଳତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ଏହାର ସଫଳତା ପାଇଁ ଆବଶ୍ୟକ ପ୍ରତକ୍ଷେପ ସରକାର ନେବାପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।