Onn 3

ଗଜପତିରେ +୨ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳାଫଳ : କଳାରେ ୮୧.୫୪ ଏବଂ ଧନ୍ଦାମୂଳକରେ ୪୭.୬୯ ପ୍ରତିଶତ ପାସ

State

ଗଜପତି: ଗଜପତି ଜିଲ୍ଲାରେ +୨ କଳା ଏବଂ ଧନ୍ଦାମୂଳକ (ଭକେଶନାଲ) ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଛି । ଫଳାଫଳ ସନ୍ତୋଷ ଜନକ ରହିଥିବା ବେଳେ କଳାରେ ୮୧.୫୪ ଏବଂ ଧନ୍ଦାମୂଳକ ପରୀକ୍ଷାରେ ୪୭.୬୯ ପ୍ରତିଶତ ପାସ ହାର ରହିଥିବାର ଜଣାପଡିଛି । +୨ କଳାରେ ଜିଲ୍ଲାରେ ମୋଟ ୩୫୭୭ ଜଣ ଫର୍ମ ଭରିଥିଲେ । ଏଥି ମଧ୍ୟରୁ ୩୫୨୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୮୭୩ ଜଣ ବିଭିନ୍ନ ଡିଭିଜନରେ ପାସ କରିଥିବାର ଜଣପାଡିଛି । ଏଥି ମଧ୍ୟରୁ ୮ଜଣ କପି କରି ଧରାପଡିଥିଲେ ।

ପ୍ରଥମ ଡିଭିଜନରେ ୨୨୪ ଜଣ, ଦ୍ୱିତୀୟ ଡିଭିଜନରେ ୪୩୩ଜଣ, ତୃତୀୟ ଡିଭିଜନରେ ୨୨୧୧ ଜଣ, କମ୍ପାର୍ଟମେଣ୍ଟରେ ୫ଜଣ ଏପରି ଭାବେ ସର୍ବ ମୋଟ ୨୮୭୩ ଜଣ ପାସ ହୋଇଥିବାର ଜଣାପଡିଛି । ସେହିପରି ଧନ୍ଦାମୂଳକ ପରୀକ୍ଷାରେ ୧୩୩ ଜଣ ଛାତ୍ରଛାତ୍ରୀ ଫର୍ମ ଭରିଥିବା ବେଳେ ୧୩୦ ଜଣ ପରୀକ୍ଷା ଦେଇଥିଲେ । ଏଥି ମଧ୍ୟରୁ ୬୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଡିଭିଜନରେ ୧୫ ଜଣ, ଦ୍ୱିତୀୟ ଡିଭିଜନରେ ୨୬ ଜଣ, ତୃତୀୟ ଡିଭିଜନରେ ୧୩ ଜଣ, କମ୍ପାର୍ଟମେଣ୍ଟରେ ୮ ଜଣ ଏପରି ଭାବେ ୬୨ଜଣ ପାସ ହୋଇଥିବାର ଜଣାପଡିଛି ।