Onn 3

ସାପ କାମୁଡାରେ ଦୁଇ ନାବାଳିକା ମୃତ

State

କଣ୍ଟାମାଳ: ସାପ କାମୁଡାରେ ଦୁଇ ନାବାଳିକା ମୃତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ବରଗାଁ ପଞ୍ଚାୟତ ଗୌରୀବେଙ୍ଗଶ ଗାଁରେ ଅଭାବନୀୟ ଘଟଣା । ମୃତକ ସେହି ଗାଁର ସୌରୀନ୍ଦ୍ରୀ ନାୟକ ଓ ଝରଣା ଭୋଇ । ରାତିରେ କେନ୍ଦୁପତ୍ର ଫଡ଼ିରେ କାମ କରି ଶୋଇଥିବାବେଳେ ସାପ କାମୁଡିଥିଲା ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ କଣ୍ଟାମାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରରେ ଉଭୟଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।