Img 20240113 Wa0206

ଦୁବୁଲାଵେଡାରେ ବାଇକ୍ କାର୍ ମୁହାଁମୁହିଁ; ବାଇକ ଚାଳକ ଗୁରୁତର

State

ବାରିପଦା: ଗୋରୁମହିଷାଣୀ ରାସ୍ତାରେ ବାଇକ ଓ କାର୍ ମୁହାଁମୁହିଁ ଫଳରେ ବାଇକ ଚାଳକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଦ୍ବାରା ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛନ୍ତି । ଯୁବକର ନାମ ରାଜେଶ ନାୟକ (୩୫) ଘର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଗୁହାଳଡାଙ୍ଗିରୀ।ମକର ପର୍ବ ପାଇଁ ରାଇରଙ୍ଗପୁର ବଜାରକୁ ଆସିଥିଲେ । ବଜାର ସାରି ଘରକୁ ଆଜି ଅପରାହ୍ନରେ ବାଇକ୍ ( ଓଡି ୧୧ ଆର ୪୩୦୬)ଫେରିବା ସମୟରେ କାର ସହ ଧକ୍କା ହୋଇ ( ଜେଏଚ୍ ୦୫ ଏଜି ୫୨୪୮)ର୍ଘଟଣାରେ ଶିକାର ହୋଇଥିଲେ । ତାଙ୍କର ମଥାରେ ମାଡ଼ ଓ ଛାତିରେ ଆଘାତ ହୋଇଛି ।