Img 20240113 Wa0210

ବହଳଦା ସରକାରୀ ଉଚ୍ଚ ବିଦ୍ୟାଳୟ ର ୬୩ ତମ ବାର୍ଷିକ ଉତ୍ସବ

State

ବାରିପଦା:  ମୟୂରଭଞ୍ଜ ଜିଲ୍ଲା ବହଳଦା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ୬୩ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ପ୍ରଧାନ ଶିକ୍ଷକ ମନୋରଞ୍ଜନ ଗିରି’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତିରିଂ ଗୋଷ୍ଠି ଶିକ୍ଷାଧିକାରୀ ଯଜ୍ଞେଶ୍ବର ଜେନା ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବାବେଳେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାନ୍ତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥୀ ଭାବେ ପରିଚାଳନା କୋମିଟୀ ସଭାପତି ଧର୍ମରାଜ ପାଲ, ଅବସରପ୍ରାପ୍ତ ସ୍କୁଲ ଏସଆଇ ନେପାଳ ଚନ୍ଦ୍ର ସାହୁ, ସାମ୍ବାଦିକ ମଧୁସୂଦନ ଦାସ ଏବଂ ଅଶୋକ ରାଉତ ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ର’ଙ୍କୁ ପୁରସ୍କାର ବଣ୍ଟନ କରିବା ସହିତ ଛାତ୍ର ମାନେ ଯେମିତି ଆଗକୁ ଯାଇ ଭଲ ମଣିଷ ହୋଇ ପାରିିବେ ସେନେଇ ବିଭିନ୍ନ ବିନ୍ଦୁ ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ର ଗିରି ପ୍ରାରମ୍ଭିକ ସୂଚନା ଓ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିବାବେଳେ ବରିଷ୍ଠ ଶିକ୍ଷକ ହରେକୃଷ୍ଣ ବେହେରା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରମାନେ ସ୍ବାଗତ ସଂଗୀତ ଗାନ କରିଥିଲେ।

ବିଦ୍ୟାଳୟର ବାର୍ଷିକ ଖେଳ କୁଦ ପ୍ରତିଯୋଗିତା ରେ ବରିଷ୍ଠ ବିଭାଗରୁ ବିରସିଂ ଭୂମିଜ ଚାମ୍ପିଅନ ହୋଇ ଥିବା ବେଳେ କନିଷ୍ଠ ବିଭାଗରୁ ଲବ ମାଝୀ ଚାମ୍ପିଅନ ହୋଇଥିଲେ, ଚଳିତ ବର୍ଷ ଉତ୍ତମ ଅନୁଶାସନ ପାଇଁ ସୂର୍ଯ୍ୟ ସୌରଭ୍ ମିଶ୍ର, ବିଦ୍ୟାଳୟ ରେ ଉପସ୍ଥାପନ ପାଇଁ ଲକ୍ଷ୍ମଣ ଟୁଡୁ ଏବଂ ଆଶୁତୋଷ ବେହେରାଙ୍କୁ ବେଷ୍ଟ ଷ୍ଟୁଡେଣ୍ଟ୍ ଅଫ ଦି ଇୟର ଭାବେ ପୁରସ୍କୃତ କରାଯାଇଥିଲା। ଶିକ୍ଷକ ସଂଗ୍ରାମ କେଶରୀ ଗିରି, କେଶବ ଚନ୍ଦ୍ର ବେହେରା ,ବିନୋଦ କୁମାର ବାସ୍କେ, ଅଶୋକ କୁମାର ପ୍ରଜାପତି, ବାବୁଲୁ ଡାଙ୍ଗିଲ, ଶିକ୍ଷୟତ୍ରୀ ଦେବସ୍ମିତା ନାୟକ , ତନୁଜା ମହନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ କେଶବ ଚନ୍ଦ୍ର ବେହେରା, କାର୍ତ୍ତିକ ଚନ୍ଦ୍ର ବେହେରା, ସସ୍ମିତା ମୁର୍ମୁ, ଜାସ୍ମୀ ସୋରେନ , ଜଗନ୍ନାଥ ତୋରାଇ, ତନୁଜା ନାୟକ ଗିରିଶ ଚନ୍ଦ୍ର ମହାନ୍ତ, ଉପେନ୍ଦ୍ର ମହାନ୍ତ ପ୍ରମୁଖ ଖେଳକୁଦ ପ୍ରତିଯୋଗିତା ପରିଚାଳନା କରିଥିଲେ।

ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶିକ୍ଷୟତ୍ରୀ ଶୁଭଶ୍ରୀ ରାଉତ, ସସ୍ମିତା ମହାନ୍ତ, କବିତା ବେହେରା ପ୍ରମୁଖ ପରିଚାଳନା କରିଥିଲେ । ଉତ୍ସବକୁ ସଫଳ କରାଇବାରେ ପ୍ରିତିଭା ମଞ୍ଜରୀ ମଲ୍ଲିକ, ସିପ୍ରା ବେରା , ବିଦ୍ୟାଳୟର ଛାତ୍ର ଏବଂ ପରିଚାଳନା କମିଟର ସଭ୍ୟ ସଭ୍ୟା ମାନେ ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ସଂଗ୍ରାମ କେଶୋରୀ ଗିରି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।