Onn 3

ମା’ ଶାରଳା’ ମନ୍ଦିର ହୁଣ୍ଡି ଲୁଟ ମାମଲା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

Crime State

 

Capture3-4-750x430

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ଝଙ୍କଡ଼ ବାସିନୀ ମା’ ଶାରଳା’ଙ୍କ  ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ହୋଇଥିବା ଘଟଣାରେ ତିର୍ତ୍ତୋଲ ପୋଲିସକୁ ମିଳିଛି ବଡ଼ ସଫଳତା । ଜଣେ ଅଭିଯୁକ୍ତକୁ ଗିରଫ କରିଛି ତିର୍ତ୍ତୋଲ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ କେରି ଗାଁର ଋଷି ମହାନ୍ତ। ତେବେ ଅଭିଯୁକ୍ତ ଠାରୁ ନଗଦ ୧ଲକ୍ଷ ୮୫ହଜାର ୧୯୬ ଟଙ୍କା ସହ ଦୁଇଟି ମୋବାଇଲ ଜବତ କରିଛି ତିର୍ତ୍ତୋଲ ପୋଲିସ ।

ସୂଚନା ଅନୁସାରେ, ଗତ ୧୪ତାରିଖ ରାତିରେ ମା’ ଶାରଳା’ଙ୍କ ମନ୍ଦିରର ମୁଖ୍ୟ ହୁଣ୍ଡିକୁ କଟରରେ କାଟି ଅଭିଯୁକ୍ତ ଜଣଙ୍କ ଟଙ୍କା ଲୁଟ୍ କରି ନେଇଥିଲା । ତେବେ ଏହି ଘଟଣାରେ ଅଭିଯୁକ୍ତ ସହିତ ତାର ଅନ୍ୟ ସହଯୋଗୀ କିଏ ସମ୍ପୃକ୍ତ ରହିଛନ୍ତି ତାର ତଦନ୍ତ ପୋଲିସ କରୁଥିବା ବେଳେ ହୁଣ୍ଡି ଲୁଟ ଘଟଣାରେ ବ୍ୟବହୃତ ଗ୍ୟାସ କଟର କେଉଁଠୁ ଆସିଲା ଏହି ଘଟଣାରେ ଅଭିଯୁକ୍ତ ସହିତ ଅନ୍ୟ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ତାହାର ତଦନ୍ତ ପୋଲିସ କରୁଥିବାର ସୂଚନା ମିଳିଛି ।