Onn 3

କ୍ଲଷ୍ଟର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା କାର୍ଯ୍ୟକ୍ରମ

State

ବାରିପଦା: ସମଗ୍ର ଦେଶରେ ଜି – 20 ଜନଭାଗିଦାରୀ କାର୍ଯ୍ୟକ୍ରମ ଅବସରରେ ସମସ୍ତ ରାଜ୍ୟ, ଜିଲ୍ଲା ଓ ବିଦ୍ୟାଳୟରେ ମୌଳିକ ସାକ୍ଷାରତା ଓ ସଂଖ୍ୟାଜ୍ଞାନର ସଚେତନତା କାର୍ଯ୍ୟକ୍ରମ ଚାଲିଛି I ଆଜି ସକାଳେ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଲେଖାଏଁ ଶିକ୍ଷକ, ଅଭିଭାବକ ଓ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ I ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ 15 ନମ୍ବର ୱାର୍ଡର କାଉନସିଲର ନିରୁପମା ମହାନ୍ତି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତାର ସଫଳତା ଜନଭାଗିଦାରୀ ଉପରେ ନିର୍ଭର କରେ ବୋଲି କହିଥିଲେ I

ତତସହିତ ପିଲାମାନଙ୍କର ଉପସ୍ଥାନକୁ ଶତ ପ୍ରତିଶତ କରିବା ପିତାମାତାଙ୍କ ପ୍ରଧାନ ଦାୟିତ୍ୱ ବୋଲି କହିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଚୁମୁକି ବେହେରା ଓ ସଦସ୍ୟ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ, ସି ଆର ସି ସି ଧନଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ I ଶିକ୍ଷୟତ୍ରୀ ମଧୁମିତା ମହାନ୍ତି ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସମସ୍ତେ ଚେଷ୍ଟିତ ହେବେ ବୋଲି ସମସ୍ତଙ୍କୁ ଶପଥ ପାଠ କରାଇଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ ସ୍ୱାଗତ ଅଭିଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ I