Photo For The News Of Congress

ଆଗରପଡ଼ାରେ ନିରଜଂନଙ୍କ ରୋଡ଼ ଶୋ

Politics State

ଆଗରପଡ଼ା :ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ନିରଜଂନ ପଟ୍ଟନାୟକ ବନ୍ତ ବ୍ଳକ ଅନ୍ତର୍ଗତ ଆଗରପଡ଼ାରେ ରୋଡ଼ ଶୋ କରିବା ସହ ଘରକୁ ଘର ଯାଇ ଭୋଟ ଭିକ୍ଷା କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ବିଭିନ୍ନ ସ୍ଥାନରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯିବା ସହ ତାଙ୍କୁ ଏଥର ଭୋଟ ଦେି ବିଜୟୀ କରିବେ ବୋଲି ସାଧାରଣ ଜନତା ପ୍ରତିଶୃତି ଦେଇଥିବାର ପରିଲକ୍ଷିତ ହୋଇଥିଲା । ବିଟିପୁର ପଂଚାୟତ ସ୍ଥିତ ଶ୍ରୀ ଅନନ୍ତ ମାଧବଜୀଉ ମନ୍ଦିରରୁ ସେ ପୂଜାର୍ଚ୍ଚନା କରି ଶତାଧିକ ବାଇକ୍ ରାଲି ସହ ଗଡ଼ସାହୀ, ବଂଗାଳିସାହୀ, ମଥାପାଗିଆ, ହଳଦିପହଣୀ, ରାଉତରାପୁର, ପାଟକନା, ବରହମପୁର, ନୂଆସାହି, ନୂଆପୋଖରୀ,ଧାନଘର ଆଦି ଗ୍ରାମ ସହ ଆଗରପଡ଼ା ମୁଖ୍ୟବଜାରରେ ରୋଡ଼ ଶୋ କରିଥିଲେ । ନିର୍ବାଚନ ମଣ୍ଡଳୀ ନେତା ସୁବ୍ରତ ଦାସ, ବ୍ଳକ ସଭାପତି ରାଜକିଶୋର ସ୍ୱାଇଁ, ପୂର୍ବତନ ସରପଂଚ ସତ୍ୟବାନ ଦାସ, ରବିନାରାୟଣ ମହାନ୍ତି, କାର୍ତ୍ତିକ ଜେନା, ଚିତ୍ତରଂଜନ ରାମ, ଦେବ ସିଂହ, ଉନୀପ୍ତ ରାୟ, ଦିପୁ ସିଂହଙ୍କ ସମେତ ରାଜ୍ୟସ୍ତରୀୟ ବରିଷ୍ଠ ନେତା ପିନାକୀ ବିଶ୍ୱାସ,ଜିତେନ୍ଦ୍ର ସାହୁ ପ୍ରମୁଖ ଏଥିରେ ସାମିଲ ଥିଲେ । ଅପରାହ୍ନରେ କାଦବରାଙ୍ଗ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ନିରଜଂନଙ୍କ ଉପସ୍ଥିତରେ ବହୁ ଲୋକ ଅନ୍ୟ ଦଳ ଛାଡ଼ି କଂଗ୍ରେସରେ ଯୋଗଦାନ କରିଥିଲେ । ସେହିପରି ଗଣିଜାଙ୍ଗ ପଂଚାୟତରେ ପଂଚାୟତ କଂଗ୍ରେସ କର୍ମୀଙ୍କ ପକ୍ଷରୁ ବିଭିନ୍ନ ଗ୍ରାମର ପ୍ରତି ଘରେ ପହଂଚି ଭୋଟରଙ୍କୁ ନିର୍ବାଚନ ଇସ୍ତାହାର ପତ୍ରିକା ପ୍ରଦାନ କରୁଥିବାର ଦେଖିବାକୁ ମିଳିଛି ।