Onn 3

ନବରଙ୍ଗପୁରରେ ୨୪ଘଣ୍ଟିଆ ବସ୍ ଧର୍ମଘଟ, ଯାତ୍ରୀ ହନ୍ତସନ୍ତ

State

 

ନବରଙ୍ଗପୁର:  ବିନା ଆଲୋଚନା ରେ ସରକାର ଙ୍କ ଦ୍ଵାରା ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରିତା ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ  ୨୪ ଘଣ୍ଟିଆ ଘରୋଇ ବସ ଚଳାଚଳ ବନ୍ଦ କରାଯାଇଛି । ଆଜି ଜିଲ୍ଲାରେ ୧୨୦ ଟି ବସ ଚଳାଚଳ ବନ୍ଦ ରହିଛି। ଆଜି ସକାଳ ୬ଟାରୁ  ଆସନ୍ତାକାଲି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ କରାଯାଇଛି । ସରକାର ଘରୋଇ ବସ ମାଲିକ ସଂଘ ସହିତ  ବିନା ଆଲୋଚନା ରେ ଏକ ପାଖିଆ ନିଷ୍ପତି ନେଇ ଯୋଜନା କାର୍ଯ୍ୟକାରୀ କରିଥିବାରୁ ତାହାକୁ ସଂଘ ଦୃଢ଼ ବିରୋଧ କରିଛି  ।

ପୂର୍ବରୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଘରୋଇ ବସ ଗୁଡିକ ଉପାନ୍ତ ଅଞ୍ଚଳ କୁ ଯାଉଥିଲା  । କିନ୍ତୁ ବର୍ତ୍ତମାନ ରାସ୍ତା ଘାଟ ରେ ଉନ୍ନତି ଘଟିଥିବା ବେଳେ କିନ୍ତୁ ସରକାର ବିନା ଆଲୋଚନା ରେ  ଯୋଜନାରେ ଗାଡି ଚଳାଚଳ କରିବା ନିଷ୍ପତି କୁ ବିରୋଧ କରିଛି ସଂଘ । ଘରୋଇ ବସ ଚଳାଚଳ ବନ୍ଦ ରହିଥିବାରୁ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି  ।