Onn 3

ବନ୍ଦ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

Crime State

 

mur

ସୁନ୍ଦରଗଡ଼: ବନ୍ଦ ଘରେ ମହିଳାଙ୍କ ମୃତଦେହ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ସମରଦରି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଦୀର୍ଘ ସମୟ ଧରି ଘର ବାହାରେ କବାଟ ବନ୍ଦ ରହିଥିଲା । ଝରକା ପଟେ ମହିଳାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ସ୍ବାମୀ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ମହିଳାଙ୍କୁ କିଏ କାହିଁକି ହତ୍ୟା କଲା ଅଧିକ ଖୋଳତାଡ କରୁଛି ପୋଲିସ । ଅନ୍ୟପଟେ ରାଉରକେଲାରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ଅଧିକ ତଥ୍ୟ ଜଣାପଡିବ ।