Onn 3

ଆର୍‌ ଉଦୟଗିରି ବ୍ଲକ୍ ରଣାଲାଇ ଗ୍ରାମର ଶାନ୍ତିନଗର ସାହିରେ ପାଣି ପାଇଁ ହନ୍ତସନ୍ତ

State

ଗଜପତି: ଗଜପତି ଜିଲ୍ଲା ଆର୍‌ ଊଦୟଗିରି ବ୍ଲକ୍ ମହେନ୍ଦ୍ରଗଡ଼ ପଞ୍ଚାୟତ ଅନ୍ତର୍ଗତ ରଣାଲାଇ ଗ୍ରାମର ଶାନ୍ତିନଗର ସାହି, ୱାର୍ଡ ନମ୍ୱର ଚାରିର ବାସିନ୍ଦା ନିତିଦିନ ବ୍ୟବହାର ପାଇ ପାଣି ପାଇବା ନିମନ୍ତେ ହଇରାଣ ହେଉଛନ୍ତି। ଏ ବିଷୟରେ ସ୍ଥାନୀୟ ଅଧିକାରୀଙ୍କୁ ସାହି ବାସୀ କହି କହି ଥକି ଗଲେଣି। ସୁଚନା କ୍ରମେ ଶାନ୍ତିନଗର ସାହିଟି ଗ୍ରାମର ଶେଷ ଭାଗରେ ଅବସ୍ଥିତ ତେଣୁ ସପ୍ଲାଏ ପାଣି ପାଇପି ଜରିଆରେ ଛଡା ଯାଉଛି ତାହା କେବଳ ଅଧଘଣ୍ଟା ପାଇ ସେଇଠି ତିନୋଟି ପାଇପିରେ 21 ଟି ପାରିବାର ନିର୍ଭର କରନ୍ତି ।

ପାଣି ବି ପାଇପିରେ ବହୁତ ଧିରେ ଆସୁଛି ଯାହା ଫଳରେ ଲୋକେ ନିତିଦିନ ବ୍ୟବହାର ପାଇ ପାଣି ନିଅଣ୍ଟ ହେଉଛି ବେଳେ ବେଳେ କିଛି ପରିବାର ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଭାରତୀୟ ମାନବାଧିକାର ଆୟୋଗର Bhrc india ର ରାଜ୍ୟ ସଭାପତି ପ୍ରସନ କୁମାର ଗୁରୁ ଓ ଗଜପତି ଜିଲ୍ଲା ସଭାପତି ସୁଶାନ୍ତ ପ୍ରଧାନଙ୍କୁ ଅବଗତ କରାଇଛନ୍ତି ଏବଂ ଗଣ ମାଧ୍ୟମ ଜରିଆରେ ସ୍ଥାନୀୟ ସରକାରୀ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ସ୍ଥାନୀୟ ସରକାରୀ ଅଧିକାରୀ ପାଣି ସମସ୍ୟା ସମାଧାନ କଲେ ସ୍ଥାନୀୟ ଅଧିବାସୀମାନେ ପାଣିର ସମସ୍ୟା ଦୂର ହେବ ବୋଲି ଆସା କରୁଛନ୍ତି ।