Onn 3

ସାମୁହିକ ଫାଇଲେରିଆ ଔଷଧ ସେବନ ସମ୍ଭନ୍ଧୀୟ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

State

ବାରିପଦା: ଆଜି ଅପରାହ୍ନ ରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଫେସିଲିଟେସନ ସେଣ୍ଟର କକ୍ଷ ରେ ସାମୁହିକ ଫାଇଲେରିଆ ଔଷଧ ସେବନ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି | ବୈଠକ ପ୍ରାରମ୍ଭ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରୁପଭାନୁ ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲା ରେ ଚଳିତ ବର୍ଷ ଆଗାମୀ ଅଗଷ୍ଟ 10 ତାରିଖ ରୁ ଅଗଷ୍ଟ 19 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଫାଇଲେରିଆ ନିରାକରଣ ଅଭିଯାନ ରେ ସାମୁହିକ ଫାଇଲେରିଆ ଔଷଧ ସେବନ ସମ୍ଭନ୍ଧ ରେ ସମସ୍ତଙ୍କୁ ଅବଗତ କରାଇଥିଲେ | ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ଭି. ବି. ଡି.) ଡାକ୍ତର ବନମାଳୀ ପ୍ରଧାନ ଫାଇଲେରିଆ ରୋଗ ର ଭୟlବହତା ଓ ଔଷଧ ସେବନ ଦ୍ୱାରା ଏହାର ନିରାକରଣ ସମ୍ପର୍କ ରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ |

ଏହି କ୍ରମରେ ସେ କହିଥିଲେ କି ଏହି ଅଭିଯାନ ର ମୁଖ୍ୟ ଉଦେଶ୍ୟ ସାମୁହିକ ଔଷଧ ସେବନ ଦ୍ୱାରା ଫାଇଲେରିଆ ରୋଗ ର ସମ୍ପୂର୍ଣ୍ଣ ନିରାକରଣ  ନିଜେ ଏବଂ ନିଜ ପରିବାରର 6 ବର୍ଷରୁ ଉର୍ଦ୍ଧ ସଦସ୍ୟ ସମସ୍ତେ ଫାଇଲେରିଆ ନିରାକରଣ ଔଷଧ ଖାଇ ଫାଇଲେରିଆ ରୋଗରୁ ରକ୍ଷା ପାଆନ୍ତୁ | ଡିଇସି ବଟିକା ସହିତ ଅlଲବେଣ୍ଡାଜଲ ଓ ଆଇଭରମେକ୍ଟିନ ବଟିକା ଗୋଟିଏ ମାତ୍ରାରେ ସମୁଦାୟ 8 ଟି ବଟିକା ଖାଦ୍ୟ ଖାଇବା ପରେ ଏକ ସଙ୍ଗରେ ଖାଇବା ପାଇଁ ପରାମର୍ଶ ଦିଆଯାଇଛି | ଗର୍ଭବତୀ ମହିଳା, 2 ବର୍ଷ ରୁ କମ ବୟସ ଶିଶୁ, ଏକ ସପ୍ତାହ ମଧ୍ୟରେ ଶିଶୁ ଜନ୍ମ କରିଥିବା ମା ଓ ଅତ୍ୟନ୍ତ ଅସୁସ୍ଥ ବ୍ୟକ୍ତି ଙ୍କୁ ଏହି ବଟିକା ଖାଇବା ପାଇଁ ବାରଣ କରାଯାଉଛି | ଏହି ଔଷଧ ସରକାର ଙ୍କ ତରଫରୁ ସମ୍ପୂର୍ଣ୍ଣ ମାଗଣା ରେ ଯୋଗାଇଦିଆଯାଉଛି ଏବଂ ଏହା ସମ୍ପୂର୍ଣ୍ଣ ନିରାପଦ. ସ୍ୱାସ୍ଥ୍ୟ ଉପରେ ଏହାର କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ |  ତେଣୁ ଲୋକ ମାନେ କୌଣସି ପ୍ରକାର ଭୟ ଭିତ ନହୋଇ ବିନା ଆଶଙ୍କା ରେ ଏହି ଔଷଧ ସେବନ ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଉଛି |

ଏହି ଅଭିଯାନ ରେ ଆଶାକର୍ମୀ କିମ୍ବା ତାଲିମ ପ୍ରାପ୍ତ ସ୍ବେଛାସେବୀ ମାନେ ସମସ୍ତ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଏବଂ ଘରକୁ ଘର ଯାଇ ପ୍ରତ୍ୟେକ ପରିବାର ର ଉପଯୁକ୍ତ ସଦସ୍ୟ ଙ୍କୁ ଏହି ଔଷଧ ଖୁଆଇବେ | ଏଥି ପାଇଁ ଜନସାଧାରଣ ଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ର ଆବଶ୍ୟକତା ଥିବା ବେଳେ ସମାଜ ର ସବୁ ବର୍ଗ ର ଲୋକ ମାନଙ୍କ ସହଯୋଗ ରେ ଏହା ଫଳପ୍ରଦ ହୋଇପାରିବ ବୋଲି ଡାକ୍ତର ରୁପଭାନୁ ମିଶ୍ର ପ୍ରକାଶ କରି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ | ଜିଲ୍ଲାପାଳ ଉପସ୍ଥିତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ ବିଭାଗ ର ଅଧିକାରୀ ମାନଙ୍କୁ ନିଜ ନିଜ ମଧ୍ୟରେ ସମନ୍ୱୟ ରଖି ନିଜ ନିଜ ସ୍ତରରେ ଉଚିତ ପଦକ୍ଷେପ ନେଇ ଜିଲ୍ଲାରେ ଏହି ଅଭିଯାନ କୁ ସଫଳ କରିବା ପାଇଁ ନିର୍ଦେଶ ଦେଇଥିଲେ.ଆଜିର ଏହି ବୈଠକ କୁ ଗୋପବନ୍ଧୁ ଗିରି ପରିଚାଳନା କରିଥିବାବେଳେ ପର୍ଶୁରାମ ପାଳ, ବଳରାମ ବେହେରା ଓ ଦୁର୍ଗା ପ୍ରସାଦ ଦାସ ଆଦି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ |