Onn 3

ବିଷାକ୍ତ ଶାଗ ଖାଇ ୪ ଅସୁସ୍ଥ

State

ଆଗରପଡ଼ା :ବିଷାକ୍ତ ଶାଗ ଖାଇ ଗୋଟିଏ ପରିବାରର ୪ଜଣ ଅସୁସ୍ଥ ହୋଇପଡ଼ି ବର୍ତ୍ତମାନ ଆଗରପଡ଼ା ମେଡ଼ିକାଲରେ ଚିକିତ୍ସାଧିନ ଥିବା ଜଣାପଡ଼ିଛି । ସୋସୋ ଥାନା ଅନ୍ତର୍ଗତ କାନପୁର ଗ୍ରାମ ମଝିସାହିର ରବିନ୍ଦ୍ର ଖମାରୀଙ୍କ ପରିବାର ଲୋକେ ଶାଗ କିଣିଥିଲେ । ଏହାକୁ ଅନ୍ୟ ଖାଦ୍ୟ ସହ ଖାଇବା ପରେ ହଠାତ୍ ରବିନ୍ଦ୍ରଙ୍କ ମା ଶାନ୍ତିଲତା(୭୦),ସ୍ତ୍ରୀ ବୀଣାପାଣି(୩୮),ଝିଅ ରୋଜାଲିନ(୧୨) ଓ ପୁଅ ତ୍ରିଲୋଚନ(୧୪) ଅସୁସ୍ଥ ହୋଇପଡ଼ିଥିଲେ ।

ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ଅଣାଯାଇ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ବିଷାକ୍ତ ଶାଗ ଖାଇ ସେମାନେ ଅସୁସ୍ଥ ହୋଇପଡ଼ିଥିବାର ଅନୁମାନ କରାଯାଉଛି ।