Onn 3

ପ୍ରଭୁ ଶ୍ରୀରାମ ଙ୍କ ପ୍ରତିଷ୍ଠା ଉତ୍ସବ ଅବସରରେ ଜେବିଏମ କମ୍ପ୍ୟୁଟର ଏଜୁକେସନ ପକ୍ଷରୁ ଦୀପ ଦାନ ଉତ୍ସବ

State

ନିଶ୍ଚିନ୍ତକୋଇଲି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସ କ୍ରମେ ଶହ ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିଛି l ରାମଲାଲା ବିରାଜିବା ଅବସରରେ ଅଯୋଧ୍ୟା ଧାମ ସମେତ ସମଗ୍ର ବିଶ୍ୱ ରାମମୟ ପାଲଟିଛି l ସକାଳ ୧୦ଟାରୁ ମଙ୍ଗଳଧ୍ୱନି ରେ ସମଗ୍ର ଅଞ୍ଚଳ ଗୁଞ୍ଜରିତ ହେବା ପରେ
୮୪ ସେକେଣ୍ଟ ଶୁଭ ମୁହୂର୍ତ୍ତରେ ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି l ଶହ ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିଛି, ବନବାସ ସାରି ଅଯୋଧ୍ୟା ଫେରିଛନ୍ତି ପ୍ରଭୁ ଶ୍ରୀରାମ l ଏହି ଅବସରରେ ଜେବିଏମ କମ୍ପ୍ୟୁଟର ଏଜୁକେସନ ପକ୍ଷରୁ ଜାନକୀ ବଲ୍ଲଭ ମହାନ୍ତି ଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ନେମାଳ ଅଚ୍ୟୁତାନନ୍ଦ ଙ୍କ ପୀଠରେ 108 ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ସମାଜ ତଥା ବିଶ୍ୱର ମଙ୍ଗଳ କାମନା ଉଦେଶ୍ୟରେ 108 ଦୀପଦାନ କରାଯାଇଥିବା ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜେବିଏମ କମ୍ପ୍ୟୁଟର ଏଜୁକେସନ ର ସମସ୍ତ ଛାତ୍ର ଛାତ୍ରୀ ଯୋଗଦାନ କରି ପୃର୍ଣ୍ଣ ସହଯୋଗ କରିବା ସହିତ ପ୍ରଭୁ ଶ୍ରୀରାମ ଙ୍କ କୃପା ଭିକ୍ଷା କରିଥିଲେ l

Img 20240122 Wa0336