Onn 3

ବାଳକୃଷ୍ଣ ବିଦ୍ୟା ନିକେତନରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

State

ନିଶ୍ଚିନ୍ତକୋଇଲି : ଜିଗ୍ନୀପୁର ପଞ୍ଚାୟତ ସ୍ଥିତ ବାଳକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଅନୁଷ୍ଠିତ ହୋଇଛି । ଏହି ଅବସରରେ ନବନ, ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ୪ଟି କ୍ଲବ ଗଠନ କରାଯାଇ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଗଳ୍ପ, ସାହିତ୍ୟ ରଚନା, କବିତା ଇତ୍ୟାଦିକୁ ପ୍ରଦର୍ଶନ କରାଯାଇଥିଲା । ପ୍ରଧାନଶିକ୍ଷକ ସୁପ୍ରଭା ସେନାପତି ଙ୍କ ସଭାପତିତ୍ୱରେ ଏଥ୍‌ôରେ ମୁଖ୍ୟଅତିଥି ଭାବେ ସମାଜସେବୀ ଧିରେନ୍ଦ୍ରନାଥ ବେହେରା, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ବଳରାମ ପାତ୍ର, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁରେନ୍ଦ୍ରନାଥ ରାଉତ, ସ୍କୁଲ ପରିଚାଳନା କମିଟି ସଭାପତି ଦୀପକ କୁମାର ପରିଡ଼ା,ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ବସନ୍ତବିହାରୀ କର, ସାହିତ୍ୟିକ ଦୁର୍ଗାପ୍ରସାଦ ଆଚାର୍ଯ୍ୟ , ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଜେନା, ସବିତା ମିଶ୍ର,ରବିନାରାୟଣ ମିଶ୍ର, ପାର୍ଥସାରଥୀ ମହାନ୍ତି ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଶିକ୍ଷକ ପ୍ରଭାକର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।