Onn 3

ଖଣ୍ଡାୟତ ପଟକିରା ସ୍କୁଲରେ ଭାଷା, ସାହିତ୍ୟ, ସୃଜନଶୀଳତା ଉତ୍ସବ

State

ନିଶ୍ଚିନ୍ତକୋଇଲି : ଓରତି ପଞ୍ଚାୟତ ସ୍ଥିତ ଖଣ୍ଡାୟତ ପଟକିରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଅନୁଷ୍ଠିତ ହୋଇଛି । ଏଥ୍‌ôରେ ନବନ, ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନେ ସ୍ୱରଚିତ ଗଳ୍ପ,କବିତା ଓ ବିଭିନ୍ନ ପ୍ରକାର ରଚନାତ୍ମକ କାହାଣୀକୁ ପ୍ରାଚୀର ପତ୍ରିକା ଦ୍ୱାରା ପ୍ରଦର୍ଶନ କରିଥିଲେ । ମୋ କଥା ମୋ କାହାଣୀ ଶୀର୍ଷକ ପୁସ୍ତକ ସମୀକ୍ଷା କରାଯାଇଥିବାବେଳେ ଜୀବନ କୌଶଳରେ ବ୍ୟବହାରିକ ଜ୍ଞାନର ପ୍ରଦର୍ଶନ କରାଯାଇଥିଲା । ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ସରପଞ୍ଚ ସରୋଜିନୀ ବେହେରା ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଉଦଯାପନୀ ଉତ୍ସବରେ ରଜନୀକାନ୍ତ ନନ୍ଦଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ, ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀ, ସମ୍ମାନିତ ଅତିଥି ଭାବେ ଅବଦୁଲ ସରିଦ୍‌, ଚନ୍ଦନ କୁମାର ବେହେରା, ତ୍ରୈଲୋକ୍ୟନାଥ ବିଶ୍ୱାଳ, ମୁରଲୀଧର ଦାସ, ସିଆରସିସି ପ୍ରଭାତ କୁମାର ବେହେରା ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ର୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ପ୍ରମୋଦିନୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ନିକୁଞ୍ଜ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।