Onn 3

ଜଗନ୍ନାଥ ବିଦ୍ୟାପୀଠରେ ଭାଷା,ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

State

ନିଶ୍ଚିନ୍ତକୋଇଲି : ସରପଡ଼ା ପଞ୍ଚାୟତ ଖଣ୍ଡସାହି ସ୍ଥିତ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ ହୋଇଛି । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୌରାଙ୍ଗ ଚରଣ ସ୍ୱାଇଁଙ୍କ ପୌରହିତ୍ୟରେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଶାରଦା ପ୍ରସାଦ ମିଶ୍ର, ମୁଖ୍ୟ ବକ୍ତା ଭାବେ ସ୍ତମ୍ଭକାର ପ୍ରମୋଦ କୁମାର ନାୟକ, ସମ୍ମାନୀତ ଅତିଥି ଭାବେ ହସ୍ତଶିଳ୍ପ ଅଶୋକ କୁମାର ସେଠୀ, ସ୍କୁଲ ପରିଚାଳନା କମିଟି ସଭାପତି ହରେକୃଷ୍ଣ ଦାସ, ସିଆରସିସି ବୈକୁଣ୍ଠ ସାହୁ ପ୍ରମୁଖ ଯୋଗ ଦେଇ ସାହିତ୍ୟ, ସୃଜନଶୀଳତାରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଲିଖିତ ଗଳ୍ପ,କବିତା ଗୁଡ଼ିକୁ ତଦାରଖ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଡ଼ଃ.ପ୍ରଜ୍ଞା ମିଶ୍ର, ଲକ୍ଷ୍ମୀନାରାୟଣ ଜେନାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ଅତିଥି ମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।