Onn 3

ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ପକ୍ଷରୁ ଲୋକକଳା ଦିବସ ପାଳିତ

State
ଲୋକକଳାର ସୁରକ୍ଷା ପାଇଁ ସବୁ ବର୍ଗରୁ ଲୋକମାନେ ଆଗେଇ ଆସିବା ଦରକାର
ବାରିପଦା (୧୪/୦୬)  :  ସଂସ୍କୃତି ବିଶେଷ କରି ବିଭିନ୍ନ ଜନଜାତିର ରହିଥିବା ଲୋକକଳା ଗୁଡିକ ହେଉଛି ଆମର ସ୍ୱତନ୍ତ୍ର ପରିଚୟ. ଆଜିର ବ୍ୟସ୍ତ ବହୁଳ ସମୟରେ ଲୋକ କଳା ଏବଂ ଲୋକ ସଂସ୍କୃତି ଗୁଡିକ ଅବକ୍ଷୟ ମୁଖି ହେଉଥିବା ବେଳେ ଯେଉଁ କଳାକାର ମାନେ ତୃଣମୂଳ ସ୍ତରରେ ଏହି କଳାର ସୁରକ୍ଷା ପାଇଁ ପିଢ଼ି ପରେ ପିଢ଼ି କାର୍ଯ୍ୟ କରି ଆସୁଛନ୍ତି ସେମାନଙ୍କୁ ପ୍ରତ୍ସାହିତ କରିବା ପାଇଁ ଓଡିଶା ସରକାର ପ୍ରତିବର୍ଷ ଜୁନ 14 ତାରିଖ କୁ ଲୋକ କଳା ଦିବସ ଭାବେ ପାଳନ କରିବାକୁ ଘୋଷଣା କରିବା ଏକ ଯୁଗପଯୋଗୀ ପଦକ୍ଷେପ ବୋଲି ଆଜି ବିଜେଡି ସାଂସ୍କୃତିକ ସମନ୍ୱୟ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ଜାମବଣି ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ଲୋକ କଳା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ମୟୁରଭଂଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ମତବ୍ୟକ୍ତ କରିଛନ୍ତି |
କାର୍ଯ୍ୟକ୍ରମ ଜିଲ୍ଲା ସଂଯୋଜନ ଦୀପକ କୁମାର ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଵକ୍ତା ଭାବରେ ବିଶିଷ୍ଟ ସାମାଜିକ ଏବଂ ସାଂସ୍କୃତିକ ସଂଗଠକ ଶରତ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବରେ ସିନ୍ଦୁରଗୌର ଗ୍ରାମ ପଂଚାୟତର ସରପଞ୍ଚ ଆକାଶ ସିଂ, ସାଂସ୍କୃତିକ ସଂଗଠକ ଏକାଦସୀ ସିଂ, ଯୋଗେଶ୍ୱର ସିଂ ପ୍ରମୁଖ ଯୋଗଦେଇ କଳା ସଂସ୍କୃତି ହିଁ ଆମର ପରିଚୟ ଏଣୁ ଏହାର ସୁରକ୍ଷା ପାଇଁ ସବୁ ବର୍ଗରୁ ଲୋକମାନେ ଆଗେଇ ଆସିବା ଦରକାର ବୋଲି କହିଥିଲେ |
ସଭାକାର୍ଯ୍ୟ ପରେ ଜାମବଣୀର ଚାଣ୍ଡୁମୁଲୁ ଶାଶାଙ୍କୀର ଆଖଡ଼ା ନୃତ୍ୟ ଦଳର କଳାକାର ମାନେ ପାରମ୍ପରିକ ମୁଣ୍ଡାରୀ ଝୁମର ନୃତ୍ୟ ପରିବେଷଣ କରିଥିଲେ. ଦିଲୀପ କୁମାର ପାତ୍ର, ପିତାମ୍ବର ମଲ୍ଲିକ, ପ୍ରଦୀପ କୁମାର ପଲେଇ,   ଦୁଲାରୀ ସିଂ, ଆଲୋମଣି ସିଂ, ସହରାଇ ସିଂ, କହ୍ନେଇ ସିଂ, ପାଣ୍ଡୁ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ.