Onn 3

୧୦୪ ଥର ରକ୍ତଦାନ କରି ଉଦାହରଣ ସାଜିଲେ ନିରୋଜ ପୋଥାଳ

State
ବାରିପଦା (୧୪/୦୬) : ବିଶ୍ୱ ରକ୍ତଦାତା ଦିବସ ଅବସରରେ ସମାଜସେବୀ ଡ଼ଃ ନିରୋଜ କୁମାର ପୋଥାଳ ତାଙ୍କ ଜୀବନରେ 104 ତମ ରକ୍ତଦାନ କରି ଯୁବପୀଢ଼ିଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି I ସେବକଶ୍ରୀ ସ୍ବର୍ଗତ ବଲ୍ଲବ ଚରଣ ସାହୁ, ପୂର୍ବତନ ନଗରପାଳ ଦୀନକୃଷ୍ଣ ଓ ସ୍ବର୍ଗତ ଅନିଲ କୁମାର ପଣ୍ଡାଙ୍କ ଠାରୁ ପ୍ରେରଣା ପାଇ ମାତ୍ର 18 ବର୍ଷ ବୟସରେ ପ୍ରଥମେ ରକ୍ତଦାନ କରିଥିଲେ I ଅନ୍ୟ ଜଣଙ୍କର ଜୀବନ ବଞ୍ଚାଇବା ସହ ନିଜ ଶରୀରକୁ ସୁସ୍ଥ ରଖିବାରେ ରକ୍ତଦାନର ମହତ୍ତ୍ୱକୁ ଉପଲବ୍ଧି କରି ସେ ଆଜି ପର୍ଯ୍ୟନ୍ତ ନିୟମିତ ଭାବେ ରକ୍ତଦାନ କରିଆସୁଛନ୍ତି I ପରବର୍ତ୍ତୀ ସମୟରେ ନାରାୟଣ ସେବା ଟ୍ରଷ୍ଟ ନାମରେ ଏକ ସ୍ବେଛାସେବୀ ସଂସ୍ଥା ସ୍ଥାପନ କରି ବହୁ ବର୍ଷ ଧରି ରକ୍ତଦାନ ଶିବିର ଆୟୋଜନ କରି ବହୁ ଯୁବକ ଯୁବତୀ ମାନଙ୍କୁ ରକ୍ତଦାନ କରିବା ପାଇଁ ପ୍ରୋତ୍ସାହିତ କରି ଚାଲିଛନ୍ତି I ତତସହିତ ସେବା ଟ୍ରଷ୍ଟର ସଦସ୍ୟ ମାନଙ୍କ ସହାୟତାରେ ପ୍ରତିଦିନ ଅସହାୟ ରୋଗୀ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି, ପ୍ରସବଜନିତ ରକ୍ତଭାବ ମା ତଥା ଥାଲାସାମିୟା ପୀଡିତ ପିଲାମାନଙ୍କୁ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଚାଲିଛନ୍ତି I ରକ୍ତଦାନ ଶିବିର ଆୟୋଜନରେ ସମାଜସେବୀ ତଥା ରକ୍ତଦାତା ଅମର କୁମାର ସେଠି ଓ ସୋମନାଥ ସିଂହଙ୍କ ସାହାଯ୍ୟ ଓ ସହଯୋଗ ତାଙ୍କୁ ବେଶ ଉତ୍ସାହିତ କରିଛି ବୋଲି ସେ ପ୍ରକାଶ କରିଛନ୍ତି I ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ତାଙ୍କୁ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ତରଫରୁ ସମ୍ମାନିତ କରାଯାଇଛି I ଖବର ପ୍ରଚାର ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଓ ଅଭିନନ୍ଦନ ମିଳିଛି I ପ୍ରକାଶ ଥାଉକି ଏହା ପୂର୍ବରୁ ସେ ବହୁ ଅନୁଷ୍ଠାନ ଦ୍ୱାରା ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ମଧ୍ୟ ବହୁବାର ସମର୍ଦ୍ଧିତ ହୋଇଛନ୍ତି I