Onn 3

ଜିଲ୍ଲା ସ୍ତରୀୟ ବିଶ୍ୱ ରକ୍ତଦାତା ଦିବସ ପାଳିତ

State

ବାରିପଦା (୧୪/୦୬) :  ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଓଡିଶା ରକ୍ତ କେନ୍ଦ୍ର, ବାରିପଦାର ଅଧିକାରୀ ଡ଼ଃ ସୌମ୍ୟ ରଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଯୋଗ ଦେଇ ଡ଼ଃ ଜ୍ଞାନେନ୍ଦ୍ର କୁମାର ମହାନ୍ତି, ଡ଼ଃ ଗଣେଶ ଚନ୍ଦ୍ର ପାଲ, ସୀମାନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ନଳିନୀ ସେନାପତି ଓ ସ୍ୱତନ୍ତ୍ର ଅତିଥି ଭାବେ ଓଡିଶା ସରକାରଙ୍କର କୃଷି ଓ ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ପ୍ରମୁଖ ଯୋଗ ଦେଇ ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜନ କରୁଥିବା ସଂଗଠନ ମାନେ କରୁଥିବା ମହତ କାର୍ଯ୍ୟର ଭୁଇୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରୀତି ସାଧନା ମହାନ୍ତି, ଶୁଭ୍ରାଂଶୁ ଶେଖର ମହାନ୍ତ, ମୋହିତ ରଞ୍ଜନ ପୋଥାଳ, ରଶ୍ମିପ୍ରଭା ମହାନ୍ତି ଓ ତ୍ରିଶା ମିଶ୍ର ତଥା ବକ୍ତୃତାରେ ପଦ୍ମାବତୀ ଦାଶ, ସ୍ନେହା ଜେନା ଓ ଯୁଗଳ କିଶୋର ମହାନ୍ତଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା ।

ତତସହିତ ରକ୍ତଦାନ ଶିବିର ଆୟୋଜନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବାରିପଦା ମ୍ୟୁନିସିପାଲିଟି, ଜୀବନ ବିନ୍ଦୁ ( କଟସାହି, ବାରିପଦା, ଦୁର୍ଗାପୁର, ଚିତ୍ରଡା, ଦାନ୍ତିଆମୁହାଁ, ବାଘମାରା ଓ ବଡ଼ସାହି ) ସୀମାନ୍ତ ମହାବିଦ୍ୟାଳୟ, ଓଡିଶା ପୋଲିସ, ସମାଜ ପରିବାର, ଏମ ପି ସି ମହାବିଦ୍ୟାଳୟ, ଜଗଦ୍ଧାତ୍ରୀ ମେଳା କମିଟି ଆମ ଓଡିଶା ତୁଳସୀଚଉରା ଦୁର୍ଗାପୂଜା କମିଟି, ରୋଟାରି କ୍ଲବ ସମେତ ମୋଟ 35 ଟି ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯିବା ସହ ସ୍ବେଛାକୃତ ରକ୍ତଦାତା ଅମର କୁମାର ସେଠି, ସୋମନାଥ ସିଂହ, ନିରୋଜ କୁମାର ପୋଥାଳ, ଦୀପକ କୁମାର ମିଶ୍ର, ଅଜିତ ବେହେରା, ମାନୀ ଗିରି ସମେତ 20 ଜଣଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିଲେ । ଆଜି ଶ୍ରୀ ସିଂହ, ଅଙ୍କିତ ପାଣିଗ୍ରାହୀ, ସତ୍ୟଜିତ ପୃଷ୍ଟିଙ୍କ ସମେତ ମୋଟ 13 ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ । ରକ୍ତ ଭଣ୍ଡାରର ପୁଣ୍ଡରୀକାକ୍ଷ ଦାସ, ପାର୍ଥ ସାରଥୀ ମହାନ୍ତ, ରୁଚିକା ଖୁରାନା ନୀତିଶ କୁମାର ସାମଲ, କମଳିନୀ ଦାସ ଓ ବିଷ୍ନୁପ୍ରିୟା ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।