Onn 3

୩ ଦିନିଆ ରଜମଉଜ – ୨୦୨୩ର ଶୁଭ ଉଦ୍‌ଘାଟନ

State

ବାରିପଦା : ବାରିପଦାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଗୁରୁକୁଳ ଡ୍ୟାନ୍ସ ଆଣ୍ଡ ଭିଜୁଆଲ୍ ଏକାଡେମୀ ତରଫରୁ ମା’ ଅମ୍ବିକା ମନ୍ଦିର ନିକଟସ୍ଥ ଶିଶୁ ଉଦ୍ୟାନରେ ତିନିଦିନିଆ ରଜମଉଜ – ୨୦୨୩ର ଉଦ୍‌ଘାଟନ ହୋଇଯାଇଛି । ସବୁଜ ସୁନ୍ଦର ବାରିପଦାର ଅଧ୍ୟକ୍ଷା ତଥା ରଜମଉଜ କାର୍ଯ୍ୟକ୍ରମର ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ଦିଗ୍‌ଦର୍ଶନରେ ଲକ୍ଷ୍ମୀକାନ୍ତ କଲେଜର ଅଧ୍ୟକ୍ଷ ଫିତାକାଟି ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ଲିଟନ୍ ପଟ୍ଟନାୟକ ଓ ଉପଦେଷ୍ଟା ଇଂରାଜୀ ପ୍ରାଧ୍ୟାପକ ସୁନୀଲ ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଭାରତୀ ହାଁସଦା, ପୌରପରିଷଦର ଉପ-ନଗରପାଳ ସୀମା ଦାସ, ବିଜୁ ଛାତ୍ର ଜନତା ଦଳର ସଭାପତି ସୁନୀଲ ନାୟକ, ଅନନ୍ତ ଦାସ, ବୀଣାପାଣି ସାହୁ, ଦୀପ୍ତିଲତା ମିଶ୍ର, ସୁରଭି ଦାସ, ସବିତା ବେହେରା, ଶ୍ରାବଣୀ ଦାସ, ମୂର୍ଚ୍ଛନା ମହାନ୍ତି, ପ୍ରଭାତୀ ପୃଷ୍ଟି, ଜିତା ସିଂ, ପୂଜା ତରେଇ, ଗୀତାରାଣୀ ବେହେରା, ସଂଯୁକ୍ତା ଭୂଜବଳ, ମୀନା ଗିରି, ରୀନା ରାୟ, ସୁଦେଷ୍ଣା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସନ୍ଧ୍ୟାରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା ।

ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିତେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ବାରିପଦା ପୌରପରିଷଦର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଓଡ଼ିଶା କୃଷି ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ମୟୂରଭଞ୍ଜ କୋ-ଅପରେଟିଭ ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ ମହାନ୍ତି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ରଜମଉଜର ଉପଦେଷ୍ଟା ଡଃ ପୁଷ୍ପା ପାତ୍ର, ପ୍ରାଧ୍ୟାପକ ସୁନୀଲ ଜେନା ଓ ନିର୍ଦ୍ଦେଶକ ଲିଟନ୍ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ଗୁରୁକୁଳ ଡ୍ୟାନ୍ସ ଆଣ୍ଡ ଭିଜୁଆଲ୍ ଏକାଡେମୀର ଛାତ୍ରଛାତ୍ରୀମାନେ ଛଉ ଓ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ । ଏହା ପରେ ଆଧୁନିକ ରେକର୍ଡ ଡ୍ୟାନସ ଓ ରଜକୁଇନର ପ୍ରାରମ୍ଭିକ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା । ଆଙ୍କର ଖୁସି କାର୍ଯ୍ୟକ୍ରମ ଗୁଡିକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ । ଅନୁଷ୍ଠାନ ତରଫରୁ କୃଷ୍ଣାନନ୍ଦ ମହାନ୍ତି, ଦେବାଶିଷ ମହାନ୍ତି ଓ ସୁବ୍ରମଣ୍ୟମ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ରଜମଉଜର ବିଭିନ୍ନ ପ୍ରତିଯୋଗୀତାରେ ବହୁ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।