Onn 3

ବିଶ୍ଵ ରକ୍ତଦାତା ଦିବସରେ  ରକ୍ତ ଦାନ ଶିବିର ଅନୁଷ୍ଠିତ

State
ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର କେନ୍ଦ୍ର ଠାରେ ଗଜପତି ବ୍ଲଡ଼ ଡୋନେର  ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ  ହୋଇଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିନ୍ଞ୍ଜିରିବନ କାଟି ଶୁଭ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ  ଡକ୍ଟର ପ୍ରଦୀପ କୁମାର ପାତ୍ର, ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଗଜପତି ବ୍ଲଡ଼     ଡୋନେର୍ ର ସଭାପତି ଜୀ ନବୀନ କୁମାର, ଉପ ସଭାପତି ଏସ ଋଷି, ସମ୍ପାଦକ ୱାଇ ଚନ୍ଦ୍ର ଶେଖର,ଜଗତ ମୋହନ ସାହୁ, କେ ଶରତ କୁମାର, ମୋହିନୀ ପ୍ରଧାନ, ମମତା ପାଢ଼ୀ ଅମ୍ବିକା ମହାପାତ୍ର କୈଳାସ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାନ କରିଥିବା ଯୁବ ଗୋଷ୍ଠୀ ଙ୍କୁ ଉତ୍ସ।ହିତ କରିଥିଲେ। ଯୁବ ଗୋଷ୍ଠୀ ସ୍ବେଛା କୃତ ଭାବେ ରକ୍ତ ଦାନ କରିବାକୁ ଆସିଥିବାର ଦେଖିବାକୁ ମିଳିଛି। ଏହି ରକ୍ତ ଦାନ ଶିବିରରେ 60 ୟୁନିଟ ରକ୍ତ ସଂଗୃହୀତ ହୋଇ ଥିବାର ଜଣା ପଡ଼ିଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ଙ୍କ ଦ୍ଵାରା ରକ୍ତଦାତା ଯୁବ ଗୋଷ୍ଠୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।
IMG-20230614-WA0005