Onn 3

ଆଇସକ୍ରିମ ଖାଇ ୪୩ ଜଣ ଅସୁସ୍ଥ, ସୁନାବେଡା ମେଡିକାଲରେ ଭର୍ତ୍ତି

State

କୋରାପୁଟ: ଆଇସକ୍ରିମ ଖାଇ ୪୩ ଜଣ ଅସୁସ୍ଥ । ୩୨ ଜଣ ସୁନାବେଡା ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଥିମଧ୍ୟରୁ ୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।୨ଜଣକ ଚିକିତ୍ସା ଜାରି ରହିଛି ।୧୧ ଜଣ ଦାମନଯୋଡ଼ି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଥିବା ସୂଚନା ମିଳିଛି।  ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ଦେଇଛନ୍ତି କୋରାପୁଟ ସିଡିଏମଓ ଡ.ଅରୁଣ ପାଢୀ ।

କୋରାପୁଟ ଜିଲ୍ଲା ସିମିଳିଗୁଡା ବ୍ଲକ ଦୁଧାରୀ ପଂଚାୟତର ୩ଟି ଗ୍ରାମର ଲୋକେ ବୁଲା ବିଜାଳିଠାରୁ  ଗତକାଲି ଆଇସକ୍ରିମ୍ ଖାଇଥିଲେ ।  ଏହି ତିନି ଗ୍ରାମ ହରଲା  ବଦଳିଗୁଡା , ଘଟଗୁଡା ଓ ଦୁଧାରୀ ଗ୍ରାମ ଆଇସକ୍ରିମ୍  ଖାଇବାପରେ  ସେମାନଙ୍କୁ ଝାଡା ଓ ବାନ୍ତି  ହେବାରୁ ସମସ୍ତଙ୍କୁ ସୁନାବେଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲ।