Onn 3

ଖବର ପରିବେଷଣ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ

Crime State

ବାରିପଦା: ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ନେଇ ଟାଉନଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଦଲକି ଗ୍ରାମର ବଧୂ ହତ୍ୟା ମାମଲା ନେଇ ଦୈନିକ ‘ ସକାଳ ‘ ଖବର କାଗଜର ରାଇରଙ୍ଗପୁର ପ୍ରତିନିଧି ରାଜେଶ ଶର୍ମା ଏକ ଖବର ପରିବେଷଣ କରିଥିଲେ ଯାହାକି ଆଜିର କାଗଜରେ ମଣ୍ଡିତ ହୋଇଥିଲା । ସେହି ଘଟଣାକୁ ନେଇ ଆଜି ପୂର୍ବାହ୍ନ ୧୦.୪୫ ରେ ଥାନା ଫାଟକ ସମ୍ମୁଖରେ କିଛି ଲୋକ ଖବର ସଂକ୍ରାନ୍ତୀୟକୁ ନେଇ ରାଜେଶ ଶର୍ମାଙ୍କ ସହ ଯୁକ୍ତିତର୍କ ଓ ଶାରିରୀକ ଆକ୍ରମଣ କରିଥିଲେ । ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାକୁ ନେଇ ରାଇରଙ୍ଗପୁର ଟାଉନଥାନାରେ ଏକ ଲିଖିତ ଅଭିଯୋଗ ସେ କରିଛନ୍ତି ଏବଂ ଥାନାରେ ୩୪/୨୩ ଏକ ମାମଲା ରୁଜୁ ହୋଇଛି ।

ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ,ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ସୁଚନ୍ଦ୍ର ମହାଳିକ,ଜାମଦା ଥାନା ଅଧିକାରୀ ମଧୁସୂଦନ ଦତ୍ତ ପ୍ରମୁଖ ପହଞ୍ଚି ପୀଡ଼ିତଙ୍କ ଠାରୁ ବୟାନ ନେଇ ଘଟଣାକୁ ତଦନ୍ତକୁ ଜୋରଦାର କରିଛନ୍ତି । ଗଣମାଧ୍ୟମ ପ୍ରତିନିଧି ମାନେ ରାଇରଙ୍ଗପୁର ଡାକ୍ତରଖାନାରେ ପହଞ୍ଚି ସାମ୍ବାଦିକ ରାଜେଶ ଶର୍ମାଙ୍କୁ ସମବେଦନା ଜଣାଇବା ସହ ପୋଲିସକୁ ଉଚିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି ।