Onn 3

ବାସିଙ୍ଗୀରେ ସରୋଜିନୀ ଦେବୀ ଫାଉଣ୍ଡେସନ, ଦିଲ୍ଲୀ ଆନୁକୁଲ୍ୟରେ ମେଧା ସମ୍ବର୍ଦ୍ଧିତ ସମାରୋହ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ବାସୀଙ୍ଗୀ ପଞ୍ଚାୟତର ବାସୀଙ୍ଗୀ ଗ୍ରାମ କଲ୍ୟାଣ ମଣ୍ଡପ ପରିସରରେ ଗୁରୁବାର ଦିନ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ ସରୋଜିନୀ ଦେବୀ ‘ ଫାଉଣ୍ଡେସନ , ଦିଲ୍ଲୀ ଆନୁକୁଲ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସୁପ୍ରିମକୋର୍ଟ କୋର୍ଟର ପବ୍ଲିକ ପ୍ରସ୍ଯୁକ୍ଯୁଟର ଇଡଭୋକେଟ ରମେଶ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ।ରମେଶ ନାୟକ ତାଙ୍କ ମା’ ସରୋଜିନୀ ଦେବୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠାନ ଗଢିଥିବାବେଳେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶିକ୍ଷା ବିକାଶ ପାଇଁ ଛାତ୍ରଛାତ୍ରୀ ମଧ୍ୟରେ ଉତ୍ସାହ,ଆଗ୍ରହ ଓ ପ୍ରେରଣା ପାଇଁ ଏହି ଅନୁଷ୍ଠାନ ପାଦ ଆଗକୁ ଦେଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ମୁଖ୍ୟବକ୍ତା ତିରିଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯଜ୍ଞେଶ୍ଵର ଯେନା, ସମ୍ମାନିତ ଅତିଥି ଭାରତ ସରକାରଙ୍କ ଆୟୁଷ ବିଭାଗର କାର୍ଯ୍ୟରତ ଆୟୁର୍ବେଦିକ ଡାକ୍ତର ଓ ଗଵେଷକ ଡ଼ଃ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।ଖଣିଜ ସଂପଦ ଭରା ମୟୂରଭଞ୍ଜ ଜିଲ୍ଲାର ଉଚ୍ଚ ଶିକ୍ଷା କ୍ଷେତ୍ରରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ ସଂଖ୍ୟା ବୃଦ୍ଧି, ଶିକ୍ଷା ପ୍ରତି ଛାତ୍ରଛାତ୍ରୀ ବିମୁଖ, ଶିକ୍ଷା ସଚେତନତା ଅଭାବ ନେଇ ସମାଜସେବୀ ଆଡଭୋକେଟ ରମେଶ ନାୟକ ଏହି ଅନୁଷ୍ଠାନ ମାଧ୍ୟମରେ ଛାତ୍ରଛାତ୍ରୀ ଙ୍କ ପାଇଁ ଏକ ଛୋଟିଆ ପ୍ରୟାସ ଆରମ୍ଭ କରିଛନ୍ତି । ସେ କହିଥିଲେ ଏହି ଭାଙ୍ଗି ଅଂଚଳର ପୁଅ । ସୁଦୂର ଦିଲ୍ଲୀରେ ନିଜର କର୍ମ କ୍ଷେତ୍ରରେ ଥାଇ ମଧ୍ୟ ନିଜ ମାତୃଭୂମିରେ ଗୁଣ୍ଡୁଚି ମୂଷା ଭଳି ଯଥାସାଧ୍ୟ ଚେଷ୍ଟା କରିବେ ଓ ସହଯୋଗର ହାତ ବଢାଇବେ।ଶିକ୍ଷା ବିକାଶ ପାଇଁ ସେ କେବେହେଲେ ପଛଘୁଞ୍ଚା ଦେବେ ନାହିଁ ।ଏହି ଅନୁଷ୍ଠାନ ଗଢିବାର ଏକମାତ୍ର ଉଦ୍ଦେଶ୍ୟ ପିଲାଟି ଦିନରୁ ବାପାଙ୍କୁ ହରାଇ ମା’ ଙ୍କ କଷ୍ଟ ଉପାର୍ଜିତ ଧନରେ ବହୁ ଦାରିଦ୍ର୍ୟ କଷାଘାତ ସହି ଶିକ୍ଷାକୁ ଆପଣେଇ ଆଜି ସଫଳତା ଲାଭ କରିଛନ୍ତି ।

ତେଣୁ ଶିକ୍ଷା ସମାଜର ବିକାଶ ତଥା ପ୍ରଗତିର ଉତ୍ସ । ଶିକ୍ଷା ହିଁ ସମସ୍ୟା ସମାଧାନ ପାଇଁ ବାଟ ଫିଟାଇଥାଏ । ଉଚ୍ଚତର ଶିକ୍ଷାରେ ଡ୍ରପ ଆଉଟ୍ ରୋକିବା ପାଇଁ ଏହା ଛୋଟିଆ ପ୍ରୟାସ ।ଆଗକୁ ଶିକ୍ଷା ଏବଂ ସାମାଜିକ କ୍ଷେତ୍ରରେ ଏହି ଅନୁଷ୍ଠାନ ବହୁବିଧ କଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନେବ ।
ଏହି ଟ୍ରଷ୍ଟ ଆନୁକୂଲ୍ୟରେ ଵହଳଦା ଏବଂ ତିରିଂ ବ୍ଳକର ୩୦ ଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ମେଧା ପରୀକ୍ଷା କରାଇଥିଲେ ।ସେଠାରୁ ୧୦୦ ଜଣ ଛାତ୍ରଛାତ୍ରୀ ଚୟନ ହୋଇଥିଲେ ।ପରେ ୧୦୦ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ଶ୍ରେଷ୍ଠ ୧୦ ଜଣ ଛାତ୍ରଛାତ୍ରୀ ଚୟନ ହୋଇଥିଲେ । ଆଜିର କାର୍ଯ୍ୟକ୍ରମରେ ଗ୍ରାମବାସୀ , ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି,୩୦ ଟି ହାଇସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଏବଂ କୃତୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଅତିଥି ଗଣ ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ, ଅଧ୍ୟବସାୟ ,ଗୁରୁ ଭକ୍ତି ପାଇଁ ପରାମର୍ଶ ଦେବା ସହ ଥିବା ସ୍ବପ୍ନ ଦେଖିବା ସହ ସ୍ବପ୍ନ ସାକାର କରିବା ପାଇଁ ପରାମର୍ଶ ଦେଇଥିଲେ ।ଅତିଥିଗଣ ୩୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରିବା ସହ ୧୦ ଜଣ ମେଧା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବାମେଧା ଛାତ୍ରଛାତ୍ରୀମାନଙ୍କୁ କିଛି ପ୍ରୋତ୍ସାହନ ରାଶି,ଅକ୍ସଫୋର୍ଡ ଡିକ୍ସିନାରୀ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।