କଳିଙ୍ଗ ରନର୍ସ ପକ୍ଷରୁ ‘ସିଟି ମାରାଥନ’ : ଭାଗନେଲେ ହଜାରରୁ ଉର୍ଦ୍ଧ୍ବ ପ୍ରତିଯୋଗୀ

ରାଜ୍ୟ

ଭୁବନେଶ୍ବର (ଓଏନଏନ) : ରାଜଧାନୀରେ କଳିଙ୍ଗ ରନର୍ସ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ ସେଣ୍ଟ୍ରୋକ୍ସି ଭୁବନେଶ୍ବର ସିଟି ମାରାଥନ – ୨୦୨୫’ | ଏହି କାର୍ଯ୍ୟକ୍ରମକୁ କିଙ୍ଗଫିସର ପ୍ରିମିୟମ ପ୍ୟାକେଜଡ୍ ପାନୀୟଜଳ ଦ୍ବାରା ସହ ପ୍ରଜୋଜନା କରାଯାଇଥିଲା | ଶିଖରଚଣ୍ଡିଠାରେ ଏହି ଇଭେଣ୍ଟକୁ ରିଓ ୨୦୧୬ ଅଲିମ୍ପିଆନ ବିଜେତା ଲିଲିମା ମିଞ୍ଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ |

31
ମାରାଥନ୍‌ରେ ତିନୋଟି ବର୍ଗରେ ୨୧, ୧୦ ଏବଂ ୫ କି.ମି.ରେ ଦୌଡ଼ ପ୍ରତିଯୋଗିତା କରାଯାଇଥିଲା ଯେଉଁଥିରେ ହଜାରରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ | ବିଜେତାମାନଙ୍କୁ ଓଡ଼ିଶା ମହିଳା କ୍ରିକେଟ ଦଳର ଅଧିନାୟିକା ଦିବ୍ୟଦର୍ଶିନୀ ପୁରସ୍କାର ବଣ୍ଟନ କରିଥିଲେ | ସଭିଁଙ୍କ ମଧ୍ୟରେ ଫିଟ୍‌ନେସ୍‌, ଧୈର୍ଯ୍ୟ ଏବଂ କ୍ରୀଡା ମନୋଭାବକୁ ଜାଗ୍ରତ କରିପା ପାଇଁ ସଂସ୍ଥା ପକ୍ଷରୁ ଏହି ମାରାଥନ୍‌ ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶରୁ ଉତ୍ସାହୀ ପ୍ରତିଯୋଗୀ, ଫିଟୋନେସ୍‌ ଉତ୍ସାହୀ ଏବଂ କ୍ରୀଡାପ୍ରେମୀ ଏକତ୍ରିତ ହୋଇଥିଲେ | ଏହି କାର୍ଯ୍ୟକ୍ରମରେ କଳିଙ୍ଗ ରନର୍ସ ଗ୍ରୁପର ସଭାପତି ସ୍ବାତୀ ମହାନ୍ତି, ନିର୍ଦ୍ଦେଶକ ଦୀପକ କୁମାର ମିଶ୍ର, ସହ ସଂପାଦକ ରଞ୍ଜିତ କୁମାର ସାହୁ, କୋଷାଧ୍ୟକ୍ଷ ଆୟୁଷ୍ମାନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ |

2
ସୂଚନାଯୋଗ୍ୟ କଳିଙ୍ଗ ରନର୍ସ ଟ୍ରଷ୍ଟ ହେଉଛି ଏକ ଏପରି ସଂସ୍ଥା ଯାହା ଓଡ଼ିଶାରେ ସ୍ବାସ୍ଥ୍ୟ, ଫିଟ୍‌ନେସ ଏବଂ କ୍ରୀଠା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ସର୍ବଦା ଉତ୍ସର୍ଗୀକୃତ ରହିଛି | ଏକ ସନ୍ତୁଳିତ ଜୀବନଶୈଳୀ ଗ୍ରହଣ କରିପାଇଁ ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ କରିବାପାଇଁ ସଂସ୍ଥା ପକ୍ଷରୁ ଦୌଡ କାର୍ଯ୍ୟକ୍ରମ, ତାଲିମ କାର୍ଯ୍ୟକ୍ରମ ଏବଂ ସେଚତନତା ଅଭିଯାନ ଆୟୋଜନ କରାଯାଇଥାଏ |

Shrutilipi ad