Onn 3

ଆଦିବାସୀ ଛାତ୍ରଛାତ୍ରୀଙ୍କ କ୍ରୀଡାର ବିକାଶ ପାଇଁ ଜାନୁଆରୀ ୨୪, ୨୫ରେ ମୟୂରଭଞ୍ଜ ରେ ଏସ୍ ଡି ସି କପ୍

State Uncategorized

ବାରିପଦା: ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜରେ ଆରମ୍ଭ ହେବାକୁ ଯାଉଛି ଜନଜାତି କ୍ରୀଡା ଉତ୍ସବ, ଆସନ୍ତା ଜାନୁଆରୀ ୨୪ ଏଵଂ ୨୫ ତାରିଖ ଦୁଇଦିନ ଧରି କରଞ୍ଜିଆ ଏବଂ ରାଇରଙ୍ଗପୁର ଉପଖଣ୍ଡରେ ବ୍ଲକ୍ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ କର୍ତୃପକ୍ଷ ଅଧ୍ୟକ୍ଷ ଡଃ ଦେବାଶିଷ ମାର୍ଣ୍ଡି, ସ୍ୱତନ୍ର ସୂଚନା ପ୍ରଦାନ କରି କହିଛନ୍ତି ଯେ ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ମାନେ କ୍ରୀଡା ଜଗତରେ ନିଜର ପ୍ରତିଭା ସଦା ସର୍ବଦା ଦେଖାଇ ଆସିଛନ୍ତି ଏବଂ ଏହି ପ୍ରତିଭାକୁ ତ୍ୱରାନ୍ୱିତ କରିବା ପାଇଁ ଏସ୍ ଡି ସି କପ୍ ର ଆୟୋଜନ। ଏଣୁ ସୂଚନା ଥାଉକି, ସମସ୍ତ ବ୍ଲକରେ ଦୌଡକୁଦ (୧୦୦ ମି., ୨୦୦ମି., ଓ ଲମ୍ବଡିଆଁ) ଏଵଂ ଫୁଟବଲ୍ ଖେଳ ଅନୁଷ୍ଠିତ ହେବ ।ପ୍ରଥମ ଦିନରେ ଦୌଡ଼କୁଦ ଏବଂ ଦ୍ଵିତୀୟ ଦିନରେ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଦୌଡ଼କୁଦ ପ୍ରତିଯୋଗିତାରେ ୧୮ ରୁ ୩୫ ବର୍ଷ ବୟସର ଉଭୟ ପୁରୁଷ ଓ ମହିଳା ଖେଳାଳୀ ଅଂଶଗ୍ରହଣ କରିପାରିବେ ।ଦୌଡ଼କୁଦ ପ୍ରତିଯୋଗିତାରେ ପାଇଁ କ୍ରୀଡା ସ୍ଥାନରେ ପଞ୍ଜିକରଣ ନିର୍ଦ୍ଧାରିତ ସମୟ ମଧ୍ୟରେ ଗ୍ରହଣ କରାଯିବ । ସୂଚନା ଥାଉକି, ଫୁଟବଲ ଖେଳ ପ୍ରତିଯୋଗିତା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରୁ ୧୮ ରୁ ୩୫ ବର୍ଷ ବୟସର ୧୫ ଜଣିଆ କେବଳ ପୁରୁଷ ଦଳ ଅଂଶ ଗ୍ରହଣ କରିପାରିବେ । ଉକ୍ତ ପଞ୍ଚାୟତ ସ୍ତରୀୟ ଦଳ SDC ର Resource Person, SDC Member ଏବଂ Nodal PET ଙ୍କ ତତ୍ତ୍ଵାବଧାନରେ ଗଠିତ ହେବ ।ଦୌଡ଼କୁଦ ଏବଂ ଫୁଟବଲ ଖେଳରେ ଅଂଶଗ୍ରହଣ କରିଥିବା ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ପ୍ରକଳ୍ପ ପ୍ରଶାସକ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଦିଆଯିବାର ବ୍ୟବସ୍ଥା କରାଯାଇଅଛି।ଜନଜାତି କ୍ରୀଡା ଉତ୍ସବରେ ଯୋଗ ଦେଇଥିବା ସମସ୍ତ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଅଛି।

ବିଶେଷ କରି କେବଳ ଫୁଟବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପଞ୍ଚାୟତ ସ୍ତରୀୟ ଦଳମାନଙ୍କୁ ଯାତାୟତ ଖର୍ଚ୍ଚ ବ୍ୟବସ୍ଥା କରାଯାଇଅଛି ଏବଂ ଦୌଡ଼କୁଦ ପ୍ରତିଯୋଗିତାରେ ୧ମ, ୨ୟ, ଏବଂ ୩ୟ ସ୍ଥାନ ଅଧିକାର କରିଥିବା ଖେଳାଳୀ ମାନଙ୍କୁ ନଗଦ ପୁରସ୍କାର ରାଶି, ପ୍ରମାଣ ପତ୍ର ଏବଂ ଟ୍ରଫି ପ୍ରଦାନ କରାଯିବ ।ଫୁଟବଲ ପ୍ରତିଯୋଗିତାର ବିଜେତା ଏବଂ ଉପ-ବିଜେତା ଦଳକୁ ନଗଦ ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରାଯିବ ।ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୧୫ ଜଣିଆ ପଞ୍ଚାୟତ ସ୍ତରୀୟ ଦଳର ସମସ୍ତ ସଦସ୍ୟଙ୍କୁ ଜର୍ସି ସେଟ୍, ଟ୍ରାକ ସୁଟ୍, ବ୍ୟାଗ ଏବଂ ଗୋଟିଏ ଦଳ ପାଇଁ ଗୋଟିଏ ଫୁଟବଲ୍ ପ୍ରଦାନ କରାଯିବ । ଏଥି ସହିତ ବ୍ଲକ ସ୍ତରୀୟ ଜନଜାତି କ୍ରୀଡା ଉତ୍ସବରେ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପରାମର୍ଶ କ୍ରମେ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଉଦଘାଟନ ଏବଂ ଉଦଯାପନ କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରିତ କରାଯିବ । କ୍ରିଡ଼ା ଉତ୍ସବ ଆରମ୍ଭର ତିନିଦିନ ପୂର୍ବରୁ ବେନର ଏବଂ ପ୍ରଚାର ଗାଡି ଦ୍ୱାରା ପ୍ରଚାର ପ୍ରସାର କରାଯିବ ।ବ୍ଲକ୍ ସ୍ତରୀୟ ଜନଜାତି କ୍ରୀଡା ଉତ୍ସବ ଉପଖଣ୍ଡରେ ଥିବା ପ୍ରକଳ୍ପ ପ୍ରଶାସକ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ ।ବିଶେଷ ସୂଚନା ପାଇଁ SDC ର କ୍ରୀଡା ସଂଯୋଜକ ଦିବ୍ୟରଞ୍ଜନ ଦାସ (ମୋ- 8917646880) ଙ୍କୁ ଯୋଗାଯୋଗ କରିପାରିବେ।