Img 20240922 Wa0288

ହର୍ଷୋଲ୍ଲାସରେ ଉଦ୍ଘାଟିତ ହେଲା ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ବିକାଶ ମେଳା

State

ସାମୟିକ ଅସୁବିଧା ପାଇଁ ଯୋଗ ଦେଇ ପାରିଲେନି ମଖ୍ୟମନ୍ତ୍ରୀ

ବାରିପଦା:  ମୟୂରଭଞ୍ଜର ବାରିପଦା ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିକାଶ ମେଳାକୁ ରବିବାର ଅପରାହ୍ନରେ ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଓଡ଼ିଶା ସରକାର ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଏବଂ ମାନ୍ୟବର ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଓଡ଼ିଶା ସରକାର ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉଦ୍‌ଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ୧୦୦ ଦିନର ପୂର୍ତ୍ତିରେ ଆୟୋଜିତ ଏହି ବିକାଶ ମେଳା ବାରିପଦା ଛଉ ପଡିଆ ଠାରେ ମହାସମାରୋହ ଏବଂ ହର୍ଷୋଲ୍ଲାସରେ ପାଳିତ ହୋଇଛି । ରାଜ୍ୟରେ ନୂତନ ସରକାର ଗଠନ ପରେ ୧୦୦ ଦିନ ମଧ୍ୟରେ ମୟୂରଭଞ୍ଜରେ ହୋଇଥିବା ବିକାଶୋନ୍ମୁଖୀ କାର୍ଯ୍ୟକ୍ରମ ଏବଂ ଜନମଙ୍ଗଳକାରୀ ଯୋଜନାକୁ ଅଧିକ ରୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସରେ ଏହି ବିକାଶ ମେଳାର ଶୁଭ ଆୟୋଜନ ହୋଇଥିଲା ଏବଂ ଏହା ଆଗାମୀ ୨ଦିନ ଯାଏଁ ଚାଲିବ। ଏହି କାର୍ଯ୍ୟକ୍ରମରେ ସାଂସଦ, ରାଜ୍ୟସଭା, ଶ୍ରୀମତୀ ମମତା ମହାନ୍ତ, ସାଂସଦ, ଲୋକସଭା, ଶ୍ରୀ ନବ ଚରଣ ମାଝୀ, ବିଧାୟକ, ଉଦଳା, ଶ୍ରୀ ଭାସ୍କର ଚନ୍ଦ୍ର ମଢେଇ, ବିଧାୟକ, ବାରିପଦା,ଶ୍ର ପ୍ରକାଶ ସୋରେନ, ବିଧାୟକ, ବଡ଼ସାହି, ଶ୍ରୀ ସନାତନ ବିଜୁଳି, ମାନ୍ୟବର ବିଧାୟକ, ସାରସକଣା ଶ୍ରୀ ଭାଦବ ହାଁସଦା, ବିଧାୟକ, କରଞ୍ଜିଆ, ଶ୍ରୀ ପଦ୍ମ ଚରଣ ହାଇବୁରୁ, ବିଧାୟକ, ରାଇରଙ୍ଗପୁର ଶ୍ରୀ ଜଲେନ ନାଏକ, ବିଧାୟିକା, ବାଙ୍ଗିରିପୋଷି, ସୁଶ୍ରୀ ସଞ୍ଜଳୀ ମୂର୍ମୁ ପ୍ରମୁଖ ଯୋଗ ଦେଇ ଏହି ସମରହକୁ ଭବ୍ୟ ଏବଂ ସୁରମ୍ୟ କରିଥିଲେ। ନିଜ ବକ୍ତବ୍ୟରେ ମନ୍ତ୍ରୀ ଡଃ ମହାପାତ୍ର କହିଥିଲେଯେ, ନୂଆ ସରକାର ଲୋକ ମାନଙ୍କର ସରକାର ଏବଂ ଜନହିତ ପାଇଁ ପ୍ରତିଶ୍ରୁତି ରଖି ସରକାର ଶ୍ରୀମନ୍ଦିର ୪ ଦ୍ଵାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିଛନ୍ତି । ଶ୍ରୀମନ୍ଦିର ପାଇଁ ୫ଶହ କୋଟିର କର୍ପୋସ ଫଣ୍ଡର ବ୍ୟବସ୍ଥା କରିଛନ୍ତି । ସୁଭଦ୍ରା ଯୋଜନା ଆରମ୍ଭ କରି ମହିଳାଙ୍କୁ ସ୍ୱାବଲମ୍ବୀ ର ରାସ୍ତା ଦେଖାଇଛନ୍ତି । ଚାଷୀର ଉନ୍ନତି ପାଇଁ ଧାନର ମୂଲ୍ୟକୁ ୩୧ଶହ ଟଙ୍କା କରାଯାଇଛି। ଧାନ ବିକ୍ରିର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଟଙ୍କା ମିଳିବ । ଆଳୁ ମିଶନକୁ ଗତିଶାଳ କରି ପ୍ରତି ଉପଖଣ୍ଡରେ ଶୀତଳ ଭଣ୍ଡାର ଖୋଲାଯିବ । ପିଏମ କିଷାନ ସହ ଏବେ ସିଏମ କିଷାନରେ ଚାଷିଙ୍କୁ ସହାୟତା ଦିଆଯାଉଛି। ସେହିଭଳି ଆୟୁଷ୍ମାନ ଭାରତ ଓଡିଶାରେ ଲାଗି କରାଯାଇଛି ବୋଲି ମାନ୍ୟବର ମନ୍ତ୍ରୀ ଡଃ ମହାପାତ୍ର କହିଛନ୍ତି ।

ଅନ୍ୟତମ ସମ୍ମାନୀତ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଯୋଗଦେଇ ସରକାରଙ୍କ ୧୦୦ ଦିନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ ଓ ମୟୂରଭଞ୍ଜ ପାଇଁ ରାଜ୍ୟ ସରକାରଙ୍କର ବିଶେଷ ଦୃଷ୍ଟି ଅଛି ବୋଲି ଉଦ୍ବୋଧନ ଦେଇଥିଲେ । ଏହି ସଭାରେ ସମ୍ମାନନୀୟ ଜିଲ୍ଲାପାଳ ଶ୍ରୀ ହେମା କାନ୍ତ ସୟ ସ୍ୱାଗତ ଭାଷଣ ଦେବା ସହିତ ସହ ପ୍ରାରମ୍ଭିକ ସୂଚନା ଦେଇ ନୂଆ ସରକାର ସମୟରେ ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ସମସ୍ତ ଅତିଥି ବୃନ୍ଦ ସୁଭଦ୍ରା, ସାମାଜିକ ସୁରକ୍ଷା, ରାଜ୍ୟ ଶ୍ରମ ଯୋଜନାର ହିତାଧିକାରୀଙ୍କୁ ଅତିଥିମାନେ ଅର୍ଥରାଶି ଓ ଆବଶ୍ୟକୀୟ ଉପକରଣ ବଣ୍ଟନ କରିଥିଲେ । ପରିଶେଷରେ ବିଧାୟକ ବାରିପଦା ଶ୍ରୀ ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।ଏହିପ୍ରରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ବିକାଶ ମେଳରେ ୫୦ ଟି ଷ୍ଟଲ କରାଯାଇଛି ଯେଉଁଥିରେ ବିଭିନ୍ନ ବିଭାଗର ବିକାଶ ଓ ସଫଳତା ସମ୍ପର୍କରେ ପ୍ରଦର୍ଶନୀ ହେଉଛି, ଏହା ସହିତ ଓର୍ମାସ ମହିଳା ଗୋଷ୍ଠୀ ର ସଦସ୍ୟ ମାନେ ବିଭିନ୍ନ ହସ୍ତତନ୍ତ ଏବଂ ଗୃହ ଉପଯୋଗୀ ପଦାର୍ଥ ମଧ୍ୟ ବିକ୍ରି କରୁଥିଲେ । ଏହି ଉଦ୍ଘାଟନୀ ସମାରୋହରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଏସ. ସୁଶ୍ରୀ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ସମସ୍ତ ଉପଜିଲ୍ଲାପାଳ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିସ୍ବରାଜ ବେହେରା ଓ ବାରିପଦା ପୌରପାଳିକା ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ବିଶେଷ କରି ସୂଚନା ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶାସନର ଏହି ଜିଲ୍ଲା ସ୍ତରୀୟ ମେଳା ଆୟୋଜନ ପାଇଁ ମାନ୍ୟବର ମନ୍ତ୍ରୀ ଜିଲ୍ଲାପାଳଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ।

ସୂଚନା ଥାଉକି, ଆଜିର ଏହି ବିକାଶ ମେଳା କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାର, ଶ୍ରୀ ମୋହନ ଚରଣ ମାଝୀ ମହୋଦୟ ଯୋଗ ଦେଇ ଉଦ୍ଘାଟନ କରିବାର ନିର୍ଦ୍ଧାରଣ ଥିଲା କିନ୍ତୁ ସାମୟିକ ଅସୁବିଧା ଦୃଷ୍ଟିରୁ ମୟୂରଭଞ୍ଜ ଜିଲ୍ଲାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ହୋଇ ପାରିଲା ନାହିଁ ।