Img 20240922 Wa0272

ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତାରେ ମୟୁରଭଞ୍ଜର ସଫଳତା, ୭ ସ୍ବର୍ଣ୍ଣ ସହ ୨୦ ମେଡେଲ

State

ବାରିପଦା: ଓଡିଶା ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ମୟୁରଭଞ୍ଜର ଖେଳାଳିମାନେ ୭ ସ୍ବର୍ଣ୍ଣ ସହ ୨୦ ମେଡେଲ ଅକ୍ତିଆର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ୨୦ ବର୍ଷରୁ କମ ବର୍ଗରେ ୫ ହଜାର ମି. ଦୌଡରେ ପ୍ରଦୀପ ମହାନ୍ତ ସ୍ବର୍ଣ୍ଣ ପଦକ ହାସଲ କରି ନୂଆ ରେକର୍ଡ ସୃଷ୍ଟି କରିବା ସହ ୧୦ ହଜାର ମି. ରେ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି I ୨୩ ବର୍ଷରୁ କମ ବର୍ଗରେ କପିଳ କୁମାର ୫ ହଜାର ମି.ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରି ନୂଆ ରେକର୍ଡ କରିବା ସହ ୧୦ ହଜାର ମି. ଦୌଡରେ ରୌପ୍ୟ ପଦକ ହାସଲ କରିଛନ୍ତି I ସେହି ବର୍ଗର ସୁନାରାମ ମୁର୍ମୁ ଜାଭେଲିନ ଥ୍ରୋ ରେ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଜାତୀୟ ରେକର୍ଡ ଭାଙ୍ଗିଥିବା ବେଳେ ୧୫ ଶହ ମି. ଦୌଡରେ ସୁରେନ୍ଦ୍ର ସିଂ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଏବଂ ରାଉତ ସିଂ ୪ ଶହ ମି. ହାର୍ଡ଼ଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି I ମହିଳା ବିଭାଗରେ ସଂଧ୍ୟା ମୁର୍ମୁ ଦଶ ହଜାର ମି. ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ୫ ହଜାର ମି. ଦୌଡରେ ରୌପ୍ୟ ପଦକ ହାସଲ କରିଛନ୍ତି I ୨୦ ବର୍ଷରୁ କମ ବର୍ଗରେ ଧର୍ମେନ୍ଦ୍ର ୫ ହଜାର ଓ ୧୦ ହଜାର ମି. ଦୌଡରେ ରୌପ୍ୟ ପଦକ ହାସଲ କରିଛନ୍ତି I ୨୩ ବର୍ଷରୁ କମ ବର୍ଗରେ ନାମସି ସମାଦ ୫ ହଜାର ମି. ଦୌଡରେ ରୌପ୍ୟ, ସଟ ପୁଟ ଥ୍ରୋ ରେ ନେତ୍ରମଣୀ ସିଂ ରୌପ୍ୟ, ଡେକାଥେଲନରେ ରାଲିଆ ମୁର୍ମୁ ରୌପ୍ୟ, ୧୫ ଶହ ମି. ଦୌଡରେ ମିତା ଗୋଇପାଇ ରୌପ୍ୟ ଏବଂ ୮ ଶହ ମି. ଦୌଡରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ୮ ହଜାର ମି. ଦୌଡରେ ପ୍ରିୟଦର୍ଶନ ହୋ, ୨୦ ହଜାର ମି. ୱାକିଙ୍ଗରେ ଦଲନ ଚନ୍ଦ୍ର କୁଁଅର ଦେଓ, ୪ ଶହ ମି. ଦୌଡରେ ରାଜେଶ୍ୱରୀ ସିଂ ଓ ପ୍ରେମରାଜ ଟୁଡୁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I ଖବର ପାଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଏଥଲେଟିକ ସମ୍ପାଦକ ଅମ୍ବିକା ରାଉତ ସମେତ ସମସ୍ତ କାଉନସିଲ ସଦସ୍ୟ ତଥା କ୍ରୀଡ଼ାପ୍ରେମୀ ସମସ୍ତ କୃତୀ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ଜିଲ୍ଲା କ୍ରୀଡା ବିଭାଗ ତରଫରୁ ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି ମଧ୍ୟ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l