Onn 3

ଗାଡ଼ି ଚଢାଇ ହତ୍ୟା ଉଦ୍ୟମ ପାଇଁ ଦୁଇ ଯୁବକ ଜେଲ ଗଲେ

Crime State

ନିଶ୍ଚିନ୍ତକୋଇଲି:ନରେନ୍ଦ୍ରପୁର ପଞ୍ଚାୟତ ନାହାଳପୁର କାକୁଡ଼ିଆପଡ଼ା ନିକଟରେ ଗତ ୨ ତାରିଖରେ ଦୁଇ ଜଣ ଯୁବକ ଏକତରଫା ପ୍ରେମ କରି ବିଫଳ ହୋଇ ଦୁଇ ଭଉଣୀଙ୍କୁ ବାଇକ ଚଢାଇ ହତ୍ୟା ଉଦ୍ୟମ କରିଥିଲେ । ଏ ସଂକ୍ରାନ୍ତରେ ନେମାଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁୁ କରାଯାଇ ତଦନ୍ତ ଜାରି ରହିଥିଲା । ବିଗତ ୧୦ଦିନ ପରେ ପୋଲିସ କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ତେଣ୍ଡାକୁଡ଼ା କଟିକିଆ ମହଲ ଗ୍ରାମର ମୀର ତହସିଫ ଅଲ୍ଲୀ(୩୦) ଓ ମିହିର ଜହୁର ଓରଫ ରଫି ଅହମ୍ମଦ (୩୭) କୁ ପୋଲିସ ଗିରଫ କରି ସାଲେପୁର ପୋସ୍କୋ କୋର୍ଟ କୁ ପଠାଇଛି । ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିବା ଏସଆଇ ଗୌରାଙ୍ଗ ବିଶ୍ୱାଳ ପ୍ରକାଶ କରିଛନ୍ତି । ଗତ ୨ ତାରିଖ ଦିନ କ୍ରୀଷ୍ଣାନନ୍ଦପୁର ଗ୍ରାମର ମୀର୍ ତାହେର ଙ୍କ ଦୁଇ କନ୍ୟା ଆଫିୟା ତସକିନ୍ ଓ ନେହା ଫିରଦୋଶ ଏକ ଆକ୍ଟିଭା ଯୋଗେ ତାଙ୍କର ମାମୁଁ ଘର ନାହାଳପୁର ଗ୍ରାମକୁ ଆସୁଥିଲେ ।

କୋର୍ଟ ଚାଲାଣ ହୋଇଥିବା ସମ୍ପୃକ୍ତ ଦୁଇ ଯୁବକ ପୂର୍ବରୁ ଉକ୍ତ ନାବାଳିକା ଙ୍କୁ ଏକତରଫା ପ୍ରେମ କରୁଥିଲେ । ସେ ଦିନ ଉକ୍ତ ନାବାଳିକା ତାଙ୍କ ମାମୁଁ ଘରକୁ ଯାଉଥିବା ଖବର ପାଇ ଏକ ବାଇକ ଯୋଗେ ତାଙ୍କ ପଛେ ପଛେ ଆସିଥିଲେ । କାକୁଡ଼ିଆପଡ଼ା ନିକଟରେ ଦୁଇ ଭଉଣୀଙ୍କୁ ସମ୍ପୃକ୍ତ ଦୁଇ ଯୁବକ ଅଟକାଇ ପ୍ରେମ ଭିକ୍ଷା କରିଥିଲେ । ଏଥ୍‌ôରେ ଦୁଇ ଭଉଣୀ ରାଜି ନହେବାରୁ ତାଙ୍କ ବାଇକକୁ ସେମାନଙ୍କ ଉପରେ ଚଢାଇ ଦେଇ ସେଠାରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଦୁଇ ଭଉଣୀ ଏବେ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଦୁଇ ଭଉଣୀ ମାମୁଁ ଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଜେଲ ପଠାଇ ଦିଆଯାଇଛି ।