Onn 3

ଦୁଇବର୍ଷ ହେବ ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କିଖିଆ ଚାଉଳ ହଡ଼ପ ଅଭିଯୋଗ

State

ନିଶ୍ଚିନ୍ତକୋଇଲି:ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ କଳମିଶ୍ରି ପଞ୍ଚାୟତରେ ଜନୈକ ରିଟେଲର ବିଗତ ଦୁଇବର୍ଷ ହେବ ଜଣେ ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କିଖିଆ ଚାଉଳ ଉଠାଇ ତାକୁ ହଡ଼ପ କରୁଥିବା ସେହି ଗ୍ରାମର ଦୁଲ୍ଲଭାନନ୍ଦ ନାୟକ ଅଭିଯୋଗ କରିଛନ୍ତି । ସୂଚନା ଅଧିକାର ଅଧିନିୟମ ତଥ୍ୟ ଅନୁଯାୟୀ କଳମିଶ୍ରିର ରିଟେଲର ବଲ୍ଲଭାନନ୍ଦ ନାୟକଙ୍କ ପତ୍ନୀ ମନିଷା ନାୟକ ଙ୍କ ନାମରେ ଏକ ରେସନ କାର୍ଡ଼ ରହିଛି । ଉକ୍ତ ରେସନ କାର୍ଡ଼ରେ ମନିଷାଙ୍କ ଶ୍ୱଶୁର ନାମ ମଧ୍ୟ ଅଛି । ହେଲେ ତାଙ୍କ ଶ୍ୱଶୁର ଗତ ଦୁଇବର୍ଷ ହେବ ମୃତ୍ୟୁବରଣ କରିଥିଲେ ମଧ୍ୟ ତାଙ୍କ ନାମକୁ ରେସନ କାର୍ଡ଼ରୁ ନକାଟି ଚାଉଳ ଉଠାଇ ହଡ଼ପ କରିବାରେ ଲାଗିଛନ୍ତି ।

ଏ ସଂକ୍ରାନ୍ତରେ ଜଣାପଡ଼ିବା ପରେ ଡ଼ିଲରଙ୍କର ଖୋଦ୍ ଭାଇ ଦୁଲ୍ଲଭାନନ୍ଦ ନାୟକ ସୂଚନା ଅଧିକାର ବଳରେ ତଥ୍ୟ ସଂଗ୍ରହ କରି ଘଟଣାର ସତ୍ୟାସତ୍ୟ ସଂକ୍ରାନ୍ତରେ ବ୍ଲକ ଯୋଗାଣ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ହେଲେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ସେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଉକ୍ତ ଅଭିଯୋଗ ପାଇବା ପରେ ଭାରପ୍ରାପ୍ତ ଯୋଗାଣ ଅଧିକାରୀ କେଦାର ପ୍ରଧାନୀ ଏ ସଂକ୍ରାନ୍ତରେ ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ ସମ୍ପୃକ୍ତ ଡ଼ିଲରଙ୍କ ବିରୁଦ୍ଧରେ ଉପଜିଲ୍ଳାପାଳଙ୍କ ନିକଟକୁ ଲିଖିତ ଭାବେ ଜଣାଇଛନ୍ତି । ଡ଼ିଲରଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ଉପଜିଲ୍ଲାପାଳ ସ୍ଥିର କରିବେ ବୋଲି ସେ ପ୍ରକାଶ କରିଛନ୍ତି ।