Onn 3

ଉଦଯାପିତ ହେଲା ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

State

ବାରିପଦା: ଅତି ଆନନ୍ଦ ଏବଂ ହର୍ଷ ଉଲ୍ଲାସ ମଧ୍ୟରେ ଆଜି ତା ୦୯.୧୧.୨୦୨୩ ରିଖ ଗୁରୁବାର ଦିନ ସମାପ୍ତ ହୋଇଛି ମୟୂରଭଞ୍ଜ ଜିଲ୍ଲା ଶିଶୁ ମହୋତ୍ସବ – ସୁରଭି। ରାଜ୍ୟ ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବ୍ଲକ୍ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସାରିବା ପରେ ଆଜି ଏହି ଶିଶୁ ମହୋତ୍ସବ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ସହିଦ୍ ଭବନ ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇ ଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା ଯୋଗ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ରୁପଭାନୁ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସଭାପତି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ବେହେରା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ଵାଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।

ବିଗତ ଦିନଗୁଡ଼ିକରେ ଜିଲ୍ଲାର ସମସ୍ତ ବ୍ଲକ୍ ରେ ଏହି ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସାରିବା ପରେ ସେଠାରେ ବିଭିନ୍ନ କଳାତ୍ମକ ପ୍ରତିଯୋଗିତାରେ ଭାଗ ନେଇ ବ୍ଲକ୍ ସ୍ତରରେ ପୁରସ୍କୃତ ହୋଇ ଆଜି ଜିଲ୍ଲା ସ୍ତରରେ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନିଜର ପ୍ରତିଭା ଦେଖିଥିଲେ। ସମସ୍ତ ୨୬ ଟି ବ୍ଲକ୍ ରୁ ଆସିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀ ସହିଦ୍ ଭବନ ଠାରେ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ଅଂଶ ବିଶେଷ ହୋଇଥିଲେ। ଅଦ୍ୟ ଅପରାହ୍ନରେ ମୟୂରଭଞ୍ଜ ସୁରଭି ୨୦୨୩ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା।