Onn 3

ସରକାରୀ ଶିକ୍ଷକ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆ ଯାଇଛି ସରକାରୀ ଶିକ୍ଷକ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ। ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ୍ ଅନ୍ତର୍ଗତ ବଡ଼ଭାଲିଆ ଗ୍ରାମପଞ୍ଚାୟତ ର କୁଲାଦହାଣୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦିବ୍ୟ ଶକ୍ତିଦାସ ଙ୍କୁ ଚାକିରି ରୁ ସସ୍ପେଣ୍ଡ କର।ଯାଇଅଛି। ସୂଚନାଯୋଗ୍ୟ କି ଶ୍ରୀ ଦାସ କିଛି ଦିନ ତଳେ ସ୍କୁଲ ର ଜନୈକ ଆଦିବାସୀ ଛାତ୍ରକୁ ଅମାନୁଷିକ ଭାବେ ପିଟି ଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। ତତ୍ସହିତ ଏହି ଅକଥନୀୟ ଦଣ୍ଡ ବିଧାନ ପାଇଁ ତାଙ୍କୁ କର୍ଯ୍ୟସ୍ଥଳୀ ଛାଡ଼ି ନଯିବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ଏହି ଘଟଣା ର ତଦନ୍ତ କର ଯାଇଥିଲା। ଏବଂ ପରବର୍ତ୍ତୀ ସମୟରେ ନିଲମ୍ବନ ଆଦେଶ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆସିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଶୁଳିଆପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ତାଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବନ କରିଛନ୍ତି।