Fire 1719224036

ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ବପୂର୍ଣ୍ଣ ଫାଇଲ

State

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।

ଖବର ମୁତାବକ, ହରଭଙ୍ଗା ବ୍ଲକ କାର୍ଯ୍ୟାଳୟର ବିପିସି ବିଭାଗରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ବ୍ଲକ କର୍ମଚାରୀ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ କମ୍ପ୍ୟୁଟର ଜଳିପୋଡି ପାଉଁଶ ହୋଇଯାଇଛି ।

ତେବେ ବ୍ଲକ୍ କାର୍ଯ୍ୟାଳୟରେ କିପରି ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡିନଥିବାବେଳେ, ସର୍ଟ ସର୍କିଟ ଯୋଗୁଁ ଘଟିଥିବା ଅନୁମାନ କରାଯାଉଛି । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ।