Img 20240414 Wa0333

ବଳାଙ୍ଗୀ ମହୋତ୍ସବ ଉଦଘାଟିତ

State
  • କଳା ସଂସ୍କୃତି ହିଁ ଗୋଟିଏ ଭୂଖଣ୍ଡର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ
  • ଝୁମର ନୃତ୍ୟ ରେ ଝୁମିଲେ ଦର୍ଶକ

ବାରିପଦା: ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ବାରିପଦା ଠାରେ ମୟୁରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବ ଉଦଘାଟିତ ହୋଇ ଯାଇଛି. ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ର ସଭାପତି ଶ୍ରୀଯୁକ୍ତ ଅରବିନ୍ଦ ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବେ ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ରଭଞ୍ଜ ଭଞ୍ଜଦେଓ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ରଜତ କୁମାର ପଣ୍ଡା, ମହୋତ୍ସବ କମିଟିର ଅଧ୍ୟକ୍ଷ ଅରବିନ୍ଦ ଦାସ ଯୋଗଦେଇ କଳା ସଂସ୍କୃତି ହିଁ ଗୋଟିଏ ଭୂଖଣ୍ଡର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ ବୋଲି କହିବା ସହିତ ବାରିପଦା ଠାରେ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡି ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳୀରେ ଦୀର୍ଘ 22 ବର୍ଷ ଧରି ପାଳିତ ହୋଇ ଆସୁଥିବା ବଳାଙ୍ଗୀ ମହୋତ୍ସବ ମୟୁରଭଞ୍ଜ ଜିଲ୍ଲାରେ କଳା ସଂସ୍କୃତିର ସୁରକ୍ଷା ଏବଂ ସମୃଦ୍ଧି ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଆସୁଛି ବୋଲି କହିଥିଲେ | ସହ ସମ୍ପାଦକ ଡ଼. ଶଶୀ ଧର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ, ଜୟା ପରବିନ ସ୍ୱାଗତ ସଂଗୀତ ଗାନ କରିଥିଲେ. ଏହି ଅବସରରେ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଯଜ୍ଞ, ଓଡ଼ିଆ ନବବର୍ଷ ପାଳନ, ବିଭିନ୍ନ ବର୍ଗର ସ୍ଥାନୀୟ ନୃତ୍ୟ କଳାକାର ମାନଙ୍କର ନୃତ୍ୟ ପ୍ରତିଯୋଗିତା ଏବଂ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସାଂସ୍କୃତିକ ଦଳ ଯୋଗଦେଇ ସେମାନଙ୍କର କଳା କୌଶଳ ପ୍ରଦର୍ଶନ କରିଥିବା ବେଳେ ମୟୁରଭଞ୍ଜର ପରମ୍ପରିକ ଝୁମର ନୃତ୍ୟ ଏବଂ ଓଡିଶୀ ନୃତ୍ୟ ଦର୍ଶକଙ୍କୁ ମତୁଆଲା କରିଥିଲା. ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, ସମ୍ପାଦକ ମିଥୁନ ବାରିକ, ପଦ୍ମନାଭ ମହାପାତ୍ର, କିଶୋର ମହାନ୍ତି, ଦିଲ୍ଲୀପ ପାତ୍ର, ରମାକାନ୍ତ ରାଉତ ପ୍ରମୁଖ ଙ୍କ ନେତୃତ୍ୱରେ ବହୁ ସ୍ବେଛାସେବୀ ମେଳା ପରିଚାଳନାରେ ସହଯୋଗ କରିଥିଲେ |