Img 20240414 Wa0303

୧୨ ବର୍ଷ ରେ ଉପନୀତ ହେଲା ଅମେ ୮୦ ଜଳସେବା

State

ବାରିପଦା: ୧୨ ବର୍ଷ ରେ ଉପନୀତ ହେଲା ଅମେ ୮୦ ଜଳସେବା । ୮୦ ମସିହା ମାଟ୍ରିକ ବ୍ୟାଚ୍ ର ବନ୍ଧୁ ମାନଙ୍କ ଦ୍ଵାରା ପଣା ସଂକ୍ରାନ୍ତି ରୁ। ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ଦୁଇମାସ ଧରି ଚାଲୁଥିବା ଏହି ନିଆରା ଜଳସେବା ବାରିପଦା ସହର ରେ ପ୍ରତ୍ୟେକ ଦିନ ୨୦୦୦ ରୁ ଅଧିକ ଲୋକଙ୍କୁ ସୁସ୍ୱାଦୁ ଦହି ପାଣି, ଜଳଜିରା ପାଣି ଓ ରସନା ପାଣି ଯୋଗାଇ ଦେଇ ଆସୁଅଛି। ଆଜି ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ଉପ ନଗରପାଳ ଶ୍ରୀମତୀ ସୀମା ଦାସ ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ବର୍ଷ ରୁ ପ୍ରଥମ ଥର ପାଇଁ ପରିବେଶ ସୁରକ୍ଷା ନିମନ୍ତେ ପ୍ଲାଷ୍ଟିକ ଗ୍ଲାସ ବଦଳରେ କାଗଜ ଗ୍ଲାସ ର ବ୍ୟବହାର କୁ ଅତିଥି ମାନେ ପ୍ରଶଂସା କରିଥଲେ ।