Katarpada School Samuha Ra Barsika Usaba

କଟରପଡ଼ା ବିଦ୍ୟାଳୟ ସମୂହର ବାର୍ଷିକ ଉତ୍ସବ

State

ନିଶ୍ଚିନ୍ତକୋଇଲି : କଟରପଡ଼ା ପଞ୍ଚାୟତର ବିଶିଷ୍ଟ ସମାଜସେବୀ କ୍ଷେତ୍ରମୋହନ ସ୍ୱାଇଁଙ୍କ ଜୟନ୍ତୀ ଅବସରରେ ତାଙ୍କ ନାମରେ ନାମିତ କ୍ଷେତ୍ରମୋହନ ବିଦ୍ୟାପୀଠ ଓ କଟରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମୂହର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏଥ୍‌ôରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ ଏହାକୁ ଉଦଘାଟନ କରିଥିଲେ । ଏଥ୍‌ôରେ ମୁଖ୍ୟବକ୍ତା ଭାବେ ସରପଞ୍ଚ ରାକେଶ କୁମାର ସାମଲ, ସମ୍ମାନୀତ ଅତିଥି ଭାବେ ସମିତିସଭ୍ୟା ସ୍ୱାଗତିକା ନାୟକ,ପ୍ରଧାନଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ପଣ୍ଡା, ଆଦର୍ଶ ଶିକ୍ଷକ ଜଗଦିଶ କର ପ୍ରମୁଖ ଯୋଗ ଦେଇ ସଦ୍‌ଚରିତ୍ର, ଦେଶଭକ୍ତ,ଧ୍ୟେୟନିଷ୍ଠ,କର୍ତ୍ତବ୍ୟ ପଥରେ ଦୂର ଦୃଷ୍ଟି ନେଇ ଆଗକୁ ବଢିଲେ ବିଦ୍ୟାର୍ଥୀମାନେ ସଫଳତାର ଶିଡ଼ି ଚଢିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏନସିସିର ପାଷ୍ଟ ଅଫିସର ମହେନ୍ଦ୍ର କୁମାର ଘଡ଼େଇ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷୟିତ୍ରୀ ଶୁଭଶ୍ରୀ ଷଢଙ୍ଗୀ ବିବରଣୀ ପାଠ କରିଥିଲେ । ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଧରଣୀ ବେଉରା ଏଜୁକେସନାଲ ଟ୍ରଷ୍ଟ, ରାମଚନ୍ଦ୍ର ପୃଷ୍ଟି ମୋମୋରିଆଲ ଟ୍ରଷ୍ଟ,କାହ୍ନା ପ୍ରକାଶନୀ ତରଫରୁ ଗଜେନ୍ଦ୍ରନାଥ ନାୟକ ମାତୃଭାଷା ସମ୍ମାନ,ଜୟମାଳତୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବିଜ୍ଞାନ ଓ ଗଣିତ ପ୍ରଭା ସମ୍ମାନ ସହିତ ଉଭୟ ବିଦ୍ୟାଳୟର କୃତିତ୍ୱ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି ଅବସରରେ ଶିକ୍ଷକ ପ୍ରସନ୍ନ କୁମାର ଦାସଙ୍କ ସଂଯୋଜନାରେ ଶିକ୍ଷକ ବିଷ୍ଣୁଚରଣ ମିଶ୍ରଙ୍କ ଲିଖିତ ଶିକ୍ଷୟିତ୍ରୀ ଅରୁନ୍ଧତୀ ଦାସ ଓ ଲକ୍ଷ୍ମୀପ୍ରିୟା ନାୟକଙ୍କ ନିର୍ଦ୍ଦେଶିତ ବିଜ୍ଞାନଭିତ୍ତିକ ନାଟକ ଜଳ ହିଁ ଜୀବନ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରିଥିବାବେଳେ ଶିକ୍ଷକ ମହେନ୍ଦ୍ର କୁମାର ଘଡ଼ାଇ ଏହାକୁ ପରିଚାଳନା କରିଥିଲେ । ଏହାର ଉଦଯାପନୀ ଉତ୍ସବରେ ଶ୍ରୀ ସାହୁଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ସାହିତ୍ୟିକ ଶାରଦାପ୍ରସାଦ ମିଶ୍ର, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ବିଇଓ ତଥା ପ୍ରବଚକ ହରିହର ମହାପାତ୍ର,ସମ୍ମାନୀତ ଅତିଥି ଭାବେ ପ୍ରଧ୍ୟାପକ ସାହିତ୍ୟିକ ଡ଼ଃ. ଅଭୟ କୁମାର ରାଉତ,ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ସାହୁ,ନବଘନ ବେହେରା,ଭାଗବତ ବେହେରା,ପବିତ୍ର ମହନ୍ତ,ରମାକାନ୍ତ ସାହୁ,ରବିନାରାୟଣ ସାହୁ, ରବୀନ୍ଦ୍ରନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ମମତା ପ୍ରିୟଦର୍ଶିନୀ ଲେଙ୍କା ,ଧରାଶ୍ରୀ ଭଦ୍ର,ମାଳତୀ ସେଠୀ,ପ୍ରିୟବ୍ରତ ସାମଲ,ପ୍ରଶାନ୍ତ ସ୍ୱାଇଁ, ଶରତ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ । ଶିକ୍ଷକ ମନୋଜ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।