2nd Year Student Nku Bidaya Kalina Sambrdhana

ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ର ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା: ଶୃଙ୍ଖଳିତ ଜ୍ଞାନ ଓ ଚରିତ୍ର ଗଠନ ପାଇଁ ପରାମର୍ଶ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲିର ଅଗ୍ରଣୀ ଶିକ୍ଷାନୁଷ୍ଠାନ କ୍ୟାରିୟର ପଏଣ୍ଟ ର ପ୍ରଥମ ବର୍ଷର ଛାତ୍ର ଛାତ୍ରୀମାନେ ଦ୍ୱିତୀୟ ବର୍ଷର ବିଦ୍ୟାର୍ଥୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଅନୁଷ୍ଠାନର ଅଧ୍ୟକ୍ଷା ପ୍ରମିଳା ସାହୁଙ୍କ ତତ୍ତ୍ୱାବଧାନରେ ଓମ୍ ମଣ୍ଡପ ଠାରେ ଆୟୋଜିତ ଏକ ବିଦାୟକାଳୀନ ସଭାରେ ଶିକ୍ଷାବିତ୍ ରଶ୍ମିରଂଜନ ସାମନ୍ତରାୟ ସଭାପତିତ୍ୱ କରିଥିଲେ । ପ୍ରଥମେ ଦ୍ୱିତୀୟ ବର୍ଷର ଅଭିଷେକ ନାୟକ, ସରୋଜ ବିଶୋଇ, ଦିପ୍ତୀମୟୀ ପ୍ରଧାନ,ଗାୟତ୍ରୀ ମହାରଣା, ଭାଗ୍ୟଶ୍ରୀ ନାୟକ, ଅରୂପାନନ୍ଦ ବେହେରା ପ୍ରମୁଖ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନର ଆଦର୍ଶ ଏବଂ ଶିକ୍ଷାଦାନ ପଦ୍ଧତି ସଂକ୍ରାନ୍ତରେ ପ୍ରଥମ ବର୍ଷର ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇଥିଲେ ।

ଏଥ୍‌ôରେ ମୁଖ୍ୟଅତିଥି ଭାବେ ପି.ପି କଲେଜ ଶିକ୍ଷା ବିଭାଗର ଅଧ୍ୟାପକ ଡ଼ଃ. ଅଲେଖ ଚନ୍ଦ୍ର ସାମଲ ଯୋଗ ଦେଇ ଉତ୍ତମ ଶିକ୍ଷାଦାନ ସହିତ ଶୃଙ୍ଖଳିତ ବ୍ୟବହାରିକ ଜ୍ଞାନ ଓ ଉତ୍ତମ ଚରିତ୍ର ଗଠନ ପାଇଁ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷକ ଅକ୍ଷୟ କୁମାର ସାହୁ,ସମ୍ମାନୀତ ଅତିଥି ଭାବେ ରୁଦ୍ର ପ୍ରସାଦ ନନ୍ଦ,ସୌଭାଗ୍ୟରଂଜନ ଧଳ,ହିମାଂଶୁ ଶେଖର ପାତ୍ର,ବିଭୁପ୍ରସାଦ ମହାନ୍ତି,ଦିନେଶ ମହାନ୍ତି,ଶାରଦାପ୍ରସନ୍ନ ସ୍ୱାଇଁ,ଆଦିତ୍ୟ ଧନରାଜ ଶରଣ ପ୍ରମୁଖ ଯୋଗ ଦେଇ ଭବିଷ୍ୟତରେ ଜଣେ ଜଣେ ଭଲମଣିଷ ହେବା ପାଇଁ ବିଦାୟୀ ଛାତ୍ର ଛାତ୍ରୀମାନଙ୍କୁ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଅଧ୍ୟକ୍ଷା ପ୍ରମିଳା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।