Onn 3

କମିଶନରେଟ୍ ପୋଲିସର ବ୍ଲକିଂ ଚେକିଂ ସହ ମଦ୍ୟପ ଖଟିରେ ଚଢଉ

Crime State

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସର ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢଉ। ବଢାଇଛି ନାଇଟ୍ ପାଟ୍ରୋଲିଂ। ବିଭିନ୍ନ ଛକରେ ଚେକିଂ ଓ ବ୍ଲକିଂ କରାଯାଉଥିବା ବେଳେ ମଦ୍ୟପ ଖଟିମାନଙ୍କରେ ଜୋରଦାର ଚଢଉ କରାଯାଉଛି। ରବିବାର ସନ୍ଧ୍ୟାରେ କ୍ୟାପିଟାଲ, ଖାରବେଳନଗର, ଖଣ୍ଡଗିରି ଓ ଲକ୍ଷ୍ନୀସାଗରରେ ଥିବା ବିଭିନ୍ନ ମଦ୍ୟପ ଖଟିରେ ପିଓପିଡି, ଟିମ୍ ୬୦ଏବଂ ସିଟିଏସ୍ ଫୋର୍ସ ମିଳିତ ଚଢଉ କରିଛି।

ଚଢଉ ବେଳେ ୩୬ ଜଣ ମଦ୍ୟପଙ୍କଠାରୁ ୧୮ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ବେଳେ ୧୨ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ସେହିପରି ଶନିବାର ରାତିରେ ମଧ୍ୟ ପୋଲିସ ପକ୍ଷରୁ ବ୍ଲକିଂ ଚେକିଂ କରାଯାଇଥିଲା। ଝାରପଡା ଗୋଲେଇ ଛକ, ଲକ୍ଷ୍ନୀସାଗର, କଳ୍ପନା ଛକ, ରବି ଟକିଜ୍, କଟକରୋଡ୍, ଜଗମରା, ରାମମନ୍ଦିର ଛକ, ସିଆରପି ଛକ, ନାଲକୋ ଛକ, ପଟିଆ ଛକ ଏବଂ ଭୁବନେଶ୍ୱରର ଅଧିକାଂଶ ଛକରେ ଚେକିଂ କରାଯାଇଥିଲା।

ଯାଞ୍ଚ ବେଳେ ମଦ୍ୟପ ଡ୍ରାଇଭରମାନଙ୍କଠାରୁ ଫାଇନ ଆଦାୟ କରାଯାଇଥିଲା। ସୂଚନା ଥାଉକି ସେଫ୍ ସିଟି ଡ୍ରାଇଭ୍ ଅଧିନରେ ପ୍ରତ୍ୟେକ ଦିନ ରାତିରେ ଚେକିଂ କରାଯିବା ସହ ବିଭିନ୍ନ ଖଟି ଓ ମଦ୍ୟପାନ ସ୍ଥାନରେ ଚଢଉ କରାଯାଉଛି। ଆଗକୁ ଏଭଳି ବ୍ଲକିଂ ଓ ଚେକିଂ ଜୋରଦାର କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।