ଆଗରପଡ଼ା :ଶ୍ରୀରାମ ନବମୀ ଉତ୍ସବ ପାଇଁ ଆଗରପଡ଼ା ଥାନାଧିକାରୀ ଶ୍ରୀକାନ୍ତ ପତିଙ୍କ ସଭାପତିତ୍ୱରେ ଥାନା ପରିସରରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ଶିକ୍ଷାବିତ୍ ପ୍ରଭାସ ମହାପାତ୍ର, ସରପଂଚ ପ୍ରକାଶ ବିଶ୍ୱାଳ,ପ୍ରାକ୍ତନ ସରପଂଚ ରବିନାରାୟଣ ମହାନ୍ତି, ବିଜୟ ଜେନା, ଯୁବନେତା ସତ୍ୟସାଧନ ବେଜ, ତପନ ସିଂହ, ଦିପକ ମହାନ୍ତି, ଅଶୋକ ପରିଡ଼ା, ସପନ ସିଂହ, ଅତସୀ ପଣ୍ଡା, ଇଂ ଅମୀୟରଂଜନ ରାମ, ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ, ଜିତେନ୍ଦ୍ର ଶତପଥୀ, ସୁଶାନ୍ତ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
