Bdk W

୧୪ ଦିନ ପରେ ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ, ଦୁର୍ଗନ୍ଧ ହେବାରୁ ସ୍ୱାମୀଙ୍କୁ ଜଣାଇଲେ ପଡୋଶୀ

Crime State

ଭଦ୍ରକ  : ୧୪ ଦିନ ପରେ ବନ୍ଦ ଘରୁ ମିଳିଲା ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ । ଭଦ୍ରକ ଟାଉନ ଥାନା ଅପର୍ତ୍ତୀବିନ୍ଧା ନିଉ କଲୋନୀରୁ ଉଦ୍ଧାର ହୋଇଛି ଗଲିତ ମୃତଦେହ । ମୃତକ ତିହିଡ଼ି ଥାନା ଗୋଳାପୋଖରୀ ଅଞ୍ଚଳର ମଧୁମିତା ନାୟକ । ଗତ ୫ ମାସ ହେଲା ମଧୁମିତା ଘର ଭଡ଼ା ନେଇ ଅପର୍ତିବିନ୍ଧା ନ୍ୟୁ କଲୋନୀରେ ରହୁଥିଲେ  ।  ତେବେ ସ୍ବାମୀ ମହେଶ୍ବର ନାୟକ ମୁମ୍ବାଇରେ ରହି ଚାକିରୀ କରୁଥିଲେ ।  ପୁଅ ପୁନେରେ ରହି ପାଠ ପଢୁଛି । ସବୁଦୁନ ସ୍ବାମୀ ଓ ପୁଅଙ୍କ ସହ ଫୋନରେ ମଧୁମିତା କଥା ହୋଇଥାନ୍ତି ।

ହେଲେ ଗତ ୧୬ ତାରିଖ ପରଠାରୁ ମଧୁମିତାଙ୍କ ଫୋନ ଲାଗିନଥିଲା । ତେଣୁ ବ୍ୟସ୍ତ ହୋଇ ପଡୋଶୀଙ୍କୁ ଫୋନ କରିଥିଲେ । ପରେ ଜାଣିବାକୁ ପାଇଥିଲେ ମଧୁମିତାଙ୍କ ଫୋନ୍ ଖରାପ ହୋଇଛି । ତା ପରଠାରୁ ସ୍ତ୍ରୀଙ୍କ ସହ କୌଣସି ଯୋଗାଯୋଗ କରିପାରୁନଥିଲେ ।  ତେବେ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ପାଖ ପଡ଼ୋଶୀ ମହେଶ୍ବରଙ୍କୁ ଜଣାଇଥିଲେ ।  ୧୪ ଦିନ ପରେ ମୁମ୍ବାଇରୁ ଆସି ଗାଁରେ ପହଞ୍ଚି ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଗଳିତ ମୃତଦେହ ଉଦ୍ଧାର କରିଥିଲା ।  ତେବେ କିଏ ଓ କାହିଁକି ମଧୁମିତାଙ୍କୁ ହତ୍ୟା କଲା ନା ସେ ନିଜେ ଜୀବନ ହାରିଛନ୍ତି କାରଣ ଜଣାପଡିନି ।  ପୋଲିସ ଓ ସାଇଣ୍ଟିଫିକ ଟିମ୍ ସହ ତଦନ୍ତ ଜାରି ରହିଛି ।