Onn 3

ଲକ୍ଷ୍ୟ ଠାରୁ ଦୂରରେ ରହିଗଲା ଅମୃତ ସରୋବର ଯୋଜନା

State

ଆଗରପଡ଼ା: ଭବିଷ୍ୟତ ପାଇଁ ଜଳକୁ ସଂଗୃହିତ କରି ରଖିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୨୦୨୨ ମସିହା ଅପ୍ରେଲ ମାସ ୨୪ ତାରିଖରେ ଅମୃତ ସରୋବର ଯୋଜନାର ଶୁଭାରମ୍ଭ କରିଥିଲେ । ଗତ ଅଗଷ୍ଟ ୧୫ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ଅମୃତ ସରୋବର ଉକ୍ତ ମହୋତ୍ସବର ଏକ ଅଂଶ ବିଶେଷ ମଧ୍ୟ ହୋଇଥିଲା । କିନ୍ତୁ ଉକ୍ତ ଯୋଜନାକୁ ଦେଖିଲେ ଏହା ଲକ୍ଷ୍ୟ ଠାରୁ ଏବେବି ବହୁ ଦୂରରେ ରହିଯାଇଥିବା ଜଣାପଡ଼ିଛି । ଫଳକରେ ଅଟକିଛି ଯୋଜନାର ସଫଳତା । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ପଂଚାୟତ ସମିତି ବନ୍ତ ପକ୍ଷରୁ ଉକ୍ତ ଯୋଜନାର ଶୁଭାରମ୍ଭ ହୋଇଥିଲା । କିନ୍ତୁ ଯୋଜନାର କାର୍ଯ୍ୟପନ୍ଥାକୁ ଦେଖିଲେ ଏହା ଉକ୍ତ ଯୋଜନାର ମୂଳ ଲକ୍ଷ ଠାରୁ ବହୁ ଦୂରରେ ଥିବା ପରି ଜଣାପଡ଼ୁଛି । ଫଳକରେ ସ୍ଥାଣିତ ସୂଚନା ଅନୁଯାୟୀ ପଂଚାୟତ ସମିତି ବନ୍ତ ପକ୍ଷରୁ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ସରମରା ଗ୍ରାମରେ ୨୦୨୨-୨୩ ଆର୍ଥିକ ବର୍ଷରେ ଜୁନ ମାସ ୬ ତାରିଖରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଛିତ କର୍ମନିଯୁକ୍ତି ଯୋଜନାରେ ୧୦ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଉକ୍ତ ଯୋଜନାର କାର୍ଯ୍ୟାରମ୍ଭ ହୋଇଥିଲା । କିନ୍ତୁ ଉକ୍ତ ସରୋବର ୫୦୦ ଫିଟ ଲମ୍ବ,୪୯୦ ଫିଟ ପ୍ରସ୍ତ ଓ ୧୭ ଫିଟ ଗଭିରତା ବିଶିଷ୍ଟ ହେବାର ନିୟମ ଥିବା ବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ସେହିପରି ପ୍ରତି ଅମୃତ ସରୋବର ଏକ ଏକର ପରିଧି ବିଶିଷ୍ଟ ହେବା ସହ ୧୦ହଜାର କ୍ୟୁବିକ ମିଟର ଜଳ ଉକ୍ତ ସରୋବରରେ ଗଚ୍ଛିତ ହୋଇ ରହିବା ଦରକାର । ତତ୍ ସହିତ ଏହାର ଚାରିପାଖ ନିମ୍ବ,ବର ଓ ଓସ୍ତ ଗଛ ରେ ଆଚ୍ଛାଦିତ ହେବା ସହ ସରୋବରରେ ଗଚ୍ଛିତ ଜଳ ଚାଷ କାର୍ଯ୍ୟ,ମତ୍ସ୍ୟ ଚାଷ,ବତକ ଚାଷ ଏବଂ ପାଣି ଫଳ ଚାଷ ଆଦିରେ ନିଯୋଜିତ ହେବା ସହ ଉକ୍ତ ସ୍ଥାନରେ ପାଖଆଖ ଅଂଚଳର ଲୋକମାନେ ଏକଜୁଟ ହୋଇପାରୁଥିବା ଦରକାର । କିନ୍ତୁ ପ୍ରକଳ୍ପ ନିର୍ମାଣ ସରି ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ଅମୃତ ସରୋବର ଉକ୍ତ ମହୋତ୍ସବର ଏକ ଅଂଶ ବିଶେଷ ହୋଇଥିଲେ ସୁଦ୍ଧା ଲକ୍ଷ୍ୟ ଠାରୁ ଦୂରରେ ରହିଯାଇଛି । ଯୋଜନା ନିର୍ମାଣରେ ଲାଗି ରହିଥିବା ସମସ୍ୟା ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଏଠାରେ ଥିବା ସମସ୍ୟାର ପର୍ଯ୍ୟାୟ କ୍ରମେ ସମାଧାନ କରିଯିବ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ ।