Onn 3

ଅର୍ଜୁନ ମୁର୍ମୁ ହେଲେ ମାରିସା ରାଜ୍ୟ ସଭାପତି

State

ବାରିପଦା: ଅର୍ଜୁନ ମୁର୍ମୁ ଛାତ୍ର ଜୀବନ ଆରମ୍ଭରୁ ପ୍ରଥମେ ୨୦୦୯ ମସିହାରେ ମହାରଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ସମ୍ପାଦକ ଭାବେ ନିର୍ବାଚିତ ହୋଇ ଛାତ୍ର ରାଜନୀତିରେ ପ୍ରଥମ ପାହଚ ଚଢିଥିଲେ, ତତ୍‌ସହିତ ମୟୂରଭଞ୍ଜ ଆଦିବାସୀ ଷ୍ଟୁଡେଣ୍ଟ ଆସୋସିଏସନ (ମାସା ଆର୍ମି)ର ରାଜ୍ୟ ସାଧାରଣ ସମ୍ପାଦକଭାବେ କାର୍ଯ୍ୟକରି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଦୀର୍ଘବର୍ଷ ଧରି ଆନ୍ଦୋଳନ ଜାରି ରଖିଥିବା ଜଣେ ଅଗ୍ନିବର୍ଷୀ ଆଦିବାସୀ ଛାତ୍ର ନେତା ଅର୍ଜୁନ ମୁର୍ମୁଙ୍କୁ ରାଜ୍ୟ ସଭାପତି ଭାବେ ଆଜି ମାସ୍ ଆଦିବାସୀ ରିଭୋଲ୍ଯୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ ( ମାରିସା)ର ପ୍ରତିଷ୍ଠାତା ଲିଲି ମଣୀ ମାର୍ଣ୍ଡି ଘୋଷଣା କରିଛନ୍ତି ।

ଓଡ଼ିଶାର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ଲଢେଇ କରି ଆସୁଥିବା ଶ୍ରୀ ମୁର୍ମୁଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯିବା ପରେ ସେ ସଙ୍ଗଠନ ପାଇଁ ମନ ପ୍ରାଣ ଦେଇ କାମ କରିବେ ବୋଲି ପ୍ରେସ ମାଧ୍ଯମରେ ସୂଚନା ଦେଇଛନ୍ତି । ସେ ଏହି ନୂତନ ଦାୟିତ୍ୱ ପାଇବାପରେ ସର୍ବପ୍ରଥମେ ସଙ୍ଗଠନର ପ୍ରତିଷ୍ଠାତା ଶ୍ରୀମତୀ ଲିଲି ମଣୀ ମାର୍ଣ୍ଡିଙ୍କୁ ଧନ୍ୟବାଦ ଜଣାଇବା ସହିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଛାତ୍ରନେତା ତଫାନ ହେମ୍ବ୍ରମ୍, ଯୁବନେତା ରବିନ୍ଦ୍ର ମାର୍ଣ୍ଡି, ବସନ୍ତ ସିଂ, ଧ୍ୟାନଚାନ୍ଦ୍ ସୋରେନ୍‌, ମୀନତି ମାର୍ଣ୍ଡିଙ୍କୁ ଧନ୍ୟବାଦ ଦେବା ସହ ତାଙ୍କୁ ଦିଆଯାଇଥିବା ଗୁରୁ ଦାୟିତ୍ଵକୁ ସୁଚାରୁ ରୂପେ ତୁଲାଇବେ ବୋଲି ମତବ୍ୟକ୍ତ କରିଛନ୍ତି ।