Onn 3

ବିଧବା ଵୃଦ୍ଧା ଘସିନି ସିଂ କୁ ସରକାରୀ ଯୋଜନା ଅପହଞ୍ଚ,ଗୁହାରୀ ଶୁଣିବ କିଏ?

State

ବାରିପଦା: କାଗଜ କଲମ ରେ ମାଳ ମାଳ ଯୋଜନା l ଆଦିବାସୀ, ବୃଦ୍ଧ, ବୃଦ୍ଧା, ବିଧବା ତଥା ଅସହାୟ ପାଇଁ କେତେ କଣ ଯୋଜନା କରି ସରକାର ଡିଣ୍ଡିମ ପିଟୁଥିବା ବେଳେ ବିପୁଳ ରାଜସ୍ୱ ବି ଖର୍ଚ୍ଚ କରୁଛନ୍ତି ତେବେ ତାର ପ୍ରକୃତ ରୂପ ଯେ କେହି ନିଜ ଆଖି ରେ ନ ଦେଖିଲେ ବିଶ୍ୱାସ କରିବ ନାହିଁ l ମୟୁରଭଞ୍ଜ ଜିଲ୍ଲାର ଗୋରୁମାହିଷlଣି ଥାନା ଅନ୍ତଗତ ହlତିଆ ପଂଚାୟତ ହାତିଆ ଗ୍ରାମ ରେ l

ବିଧବା ଘସିନୀ ସିଂ (58) ଗତ ଲଗାଣ ବର୍ଷା ରେ ଘର ଟି ଭାଙ୍ଗି ଯାଇଛି l ସ୍ୱାମୀ ର ମୃତ୍ୟୁ 2 ମାସ ପରେ ବି ହରିଚନ୍ଦ୍ର ସହାୟତା, ବିଧବା ଭତ୍ତା ମିଳିନାହିଁ l ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମଧ୍ୟ ସାତସପନ ପାଲଟିଛି l ପଂଚାୟତ କାର୍ଯାଳୟ କୁ ଦୌଡି ଦୋୖଡ଼ି ନୟାନ୍ତ ହେଲେଣି ଘସିନି l ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି l