Img 20250413 Wa0145

ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଆନ୍ତଃ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟର ୭ମ ଦିନ

sports

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତଥା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଏସୋସିଏସନ, ଓଡିଶାର ସହଯୋଗରେ ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ – ” ମୁଖ୍ୟମନ୍ତ୍ରୀ କପ ” ର ୭ମ ଦିନର ୧ମ ମ୍ୟାଚରେ ଶାନ୍ତିନିକେତନ ଯୁବକ ସଙ୍ଘ ଖେରୱାଲ ଜୁମିଦକୁ ୫-୦ ଗୋଲରେ ପରାସ୍ତ କରିଥିଲା I ରାମଚନ୍ଦ୍ର ଟୁଡୁ ୨ଟି, ଶ୍ୟାମଚରଣ ମାଝୀ, ସହଦେଵ ସୋରେନ ଓ ରତନ ସୋରେନ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଳେ I ୨ୟ ମ୍ୟାଚରେ ଫିଉଚର ଷ୍ଟାର ସ୍ପୋର୍ଟସ ଆର ପି ଜେ ଜେ କ୍ଲବକୁ ୩-୦ ଗୋଲରେ ପରାସ୍ତ କରିଥିଲା I ସୁକୁଲ ବାସ୍କେ, ରାମଚନ୍ଦ୍ର ହେମ୍ବ୍ରମ ଓ ତପୁ କିସ୍କୁ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ I ବାପୁନ କୁମାର ମହାନ୍ତ,ରବୀନ୍ଦ୍ର ନାଥ ଟୁଡୁ, ସମ୍ରାଟ ହେମ୍ବ୍ରମ, ରତ୍ନାକର ସୋରେନ, ଶାନ୍ତନୁ କୁମାର ନାୟକ ଓ ଅମ୍ବିକା ହେମ୍ବ୍ରମ ଖେଳ ପରିଚାଳନା କରିଥିଲେ I ୧ମ ମ୍ୟାଚରେ ଅତିଥି ଭାବେ ଯୋଗ ଦେଇ ସମାଜସେବୀ ନିରୋଜ ଲୋଚନ ଦାସ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ୨ୟ ମ୍ୟାଚରେ ଅତିଥି ଭାବେ ଯୋଗ ଦେଇ ବାରିପଦା ବାର ଏସୋସିଏସନର ଉପ ସଭାପତି ସତ୍ୟବ୍ରତ ଦାଶ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅମ୍ବିକା ରାଉତ ଓ ମଣ୍ଟୁ ଦା ଉପସ୍ଥିତ ଥିଲେ I ଆସନ୍ତା କାଲି ସକାଳ ୮ଟା ରେ ଶିମିଳିପାଳ ସ୍ପୋର୍ଟସ କ୍ଲବ ଓ ନବଜ୍ୟୋତି ଯୁବକ ସଙ୍ଘ ଏବଂ ଅପରାହ୍ନ ୪ଟା ରେ ଡ୍ରାଗନ ଯୁବକ ସଙ୍ଘ ଓ ଇଣ୍ଡିପେଣ୍ଡେଣ୍ଟ ସ୍ପୋର୍ଟସ କ୍ଲବ ମଧ୍ୟରେ ଖେଳ ଅନୁଷ୍ଠିତ ହେବ I