Onn 3

ଔଷଧୀୟ ବୃଷ ଉପରେ ଆଲୋଚନା ଚକ୍ର

State

cxx

ସାଲେପୁର : ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖାର ମାସିକ ଆଲୋଚନାଚକ୍ର ସ୍ଥାନୀୟ ପିକୋଳସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ଏହି ଆଲୋଚନାଚକ୍ରରେ ସଭାପତିତ୍ବ କରିଥିଲେ ମେଜର ମଞ୍ଜୁଶ୍ରୀ ପତି | ହଳଦୀର ଔଷଧୀୟ ଗୁଣ ଉପରେ ପ୍ରବନ୍ଧ ପାଠ କରିଥିଲେ ବିଶିଷ୍ଟ ବିଜ୍ଞାନ ଲେଖକ ସୁକାନ୍ତ କିଶୋର ମହାନ୍ତି | ସଭାପତି ମେଜର ପତି ସଦାବିହାରୀର ଉପାଦେୟତା ଉପରେ ନିଜର ବକ୍ତବ୍ୟ ରଖିଥିଲେ |

xcc

ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟକ୍ଷ ଡ. ଉମେଶ ପତି, ମାନସ କୁମାର ମଲ୍ଲ, ରାଜମୋହନ ଶତପଥୀ, ପୁରସ୍ତମ ବେହେରା, ଦିବାକର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଏହି ଅବସରରେ ଔଷଧୀୟ ବୃକ୍ଷ ଉପରେ ଏକ ସଙ୍କଳନ ପ୍ରସ୍ତୁତ କରାଯିବା ଲାଗି ସଂପାଦନା ନିମନ୍ତେ ବିଜ୍ଞାନ ଲେଖକ ହରିହର ତ୍ରିପାଠୀଙ୍କୁ ଦାୟିତ୍ବ ଅର୍ପଣ କରାଯାଇଥିଲା | ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁଶ୍ରୀ ଚିନ୍ମୟୀ ବେହରା |