Onn 3

ଵାମନଘାଟୀ ରେଳ ବିକାଶ ସମିତିର ପଞ୍ଚମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

State

ବାରିପଦା: ଯେଉଁ ଦେଶରେ ରେଳପଥର ବିକାଶ ଯେତେ ସେ ଦେଶର ପ୍ରଗତି ସେତେ ଅଧିକ । ଓଡ଼ିଶାର ସର୍ବବୃହତ୍ତମ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ରେଳ ବିକାଶରେ ପଛୁଆ ।ଖଣିଖାଦାନ ଭରା ମୟୂରଭଞ୍ଜ ଜିଲ୍ଲାର ରେଳ ବିକାଶରେ ପଛୁଆ ଯୋଗୁଁ ଆଜି ଏହି ଜିଲ୍ଲା ଏକ ପଛୁଆ ଜିଲ୍ଲା ହୋଇଛି । ତେଣୁ ମୟୂରଭଞ୍ଜ ଜିଲ୍ଲାର ରେଳପଥ ବିକାଶ ପାଇଁ ବାମନଘାଟୀ ରେଳ ବିକାଶ ସମିତି ଦିର୍ଘ ୫ ବର୍ଷ ହେଲା ଲଗାତାର ଦୁର୍ବାର ସଂଗ୍ରାମ ଜାରି ରଖିଛି ।ଆଜି ବାମନଘାଟୀ ରେଳ ବିକାଶ ସମିତିର ସଂପାଦକ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ସଭାପତିତ୍ବରେ ପୂଜା ଗେଷ୍ଟ ହାଉସର ସମ୍ମିଳନୀ କକ୍ଷରେ ଏହାର ୫ ମ ବାର୍ଷିକ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେଳ ବିକାଶ ସମିତି ସଦସ୍ୟ, ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇ ମୟୂରଭଞ୍ଜ ଜିଲ୍ଲାରେ ରେଳ ବିକାଶ ନେଇ ସୁଚିନ୍ତିତ ମତାମତ ଦେଇଥିଲେ ।ପ୍ରଥମେ ସେମାନେ ବାଦାମ ପାହାଡ଼ରେ ୩ ଟି ‌ନୂତନ ଟ୍ରେନ ଚଳାଚଳ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦିଆ ଯାଇଥିଲା । ଏଥିରେ ମୟୂରଭଞ୍ଜ ଜିଲ୍ଲାର ରେଳ ବିକାଶ ନେଇ ମୁଖ୍ୟ ଦାବି ବାଦାମପାହାଡରୁ କେନ୍ଦୁଝର ରେଳ ସଂଯୋଗ ଏବଂ ଗୋରୁମହିଷାଣୀରୁ ବାଙ୍ଗିରିପୋଷି ରେଳ ସଂଯୋଗୀକରଣ ନେଇ ଦୀର୍ଘ ବର୍ଷର ଦାବି ଉପରେ ଆଲୋଚନା ହୋଇଥିଲା ।

ସରକାର ଏହି ଦିର୍ଘ ବର୍ଷରର ଦାବି କୁ ନାଲିଫିତା ତଳେ ବାନ୍ଧି ଦେଇଛନ୍ତି ।ରେଳ ସଂଯୋଗୀକରଣ ନେଇ ଅତୀତରେ ବହୁ ଆନ୍ଦୋଳନ ହୋଇଛି । ସରକାରଙ୍କ ଦୃଷ୍ଟି କୁ ଆଣିବା ପାଇଁ ବାରିପଦାରୁ ଏକ ବିଶାଳ ପଦଯାତ୍ରା ଗୋରୁମହିଷାଣୀ ପର୍ଯ୍ୟନ୍ତ ଆସିଥିଲା ।ତେଣୁ ରେଳ ସଂଯୋଗ ସମସ୍ୟା ନେଇ ନେଇ ଆଗାମୀ ଦିନରେ ଖୁବ ଶିଘ୍ର ଏକ ସର୍ବଦଳୀୟ ବୈଠକ ଡକାଯିବ ଏବଂ ସେଠାରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଆଲୋଚନା ହୋଇଥିଲା ।ତଦସହ ଆସନ୍ତା ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ରେଳ ସମସ୍ୟା ନେଇ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।ଦାବି ମଧ୍ୟରେ ବାଦାମ ପାହାଡ଼ରେ ଟର୍ମିନାଲ ପ୍ରତିଷ୍ଠା ,ବାଦାମ ପାହାଡ଼ ଶାଲିମାର ଏକ୍ସପ୍ରେସ ଟ୍ରେନକୁ ମା’ କୀଚକେଶ୍ବରୀ ଟ୍ରେନ ନାମରେ ନାମକରଣ, ଟାଙ୍ଗରଯୋଡାରେ ରେଳ ଷ୍ଟେସନ କରିବା,ବାଦାମପାହାଡରୁ- କେନ୍ଦୁଝର ରୋଡ ସଂଯୋଗୀକରଣ ଏବଂ ଗୋରୁମହିଷାଣୀ ରୁ ବାଙ୍ଗିରିପୋଷି ରେଳ ସଂଯୋଗ ।ଏହି ବୈଠକରେ ଧର୍ମପଦ ମହାନ୍ତ, ସାମ୍ବାଦିକ ତୁଷାରକାନ୍ତ ମହାନ୍ତ,ସଂଜୟ ସାହୁ , ଜୀତରାୟ ସୋରେନ,ଗିରିଜା ଶଙ୍କର ମହାନ୍ତ,ସନ୍ତୋଷ ସିଂ,ଆଶୁତୋଷ ରଣା, ଅଧ୍ୟାପକ ବିଜୟ ରାମ, ଅସନା ସରପଞ୍ଚ ବାଲେଶ୍ଵର ମୁର୍ମୁ,ତାପସ ବାସ୍କେ, ଶଙ୍କର ମହାନ୍ତ, ସମାଜସେବୀ ରାଜେଶ କୁମାର ପ୍ରଜାପତି, ଶିକ୍ଷକ ପୁରୁଷୋତ୍ତମ ମହାନ୍ତ, କାଶୀନାଥ ପାଲ , ସାମ୍ବାଦିକ ଅକ୍ଷୟ ବିଶ୍ବାଳ ଏବଂ ଅନ୍ୟମାନେ ସାମିଲ ହୋଇ ସୁଚିନ୍ତିତ ମତାମତ ଦେଇଥିଲେ ।