Onn 3

ଗୋରୁମହିଷାଣୀରେ ୨୫ ତମ ଖଣି ପରିବେଶ ଓ ଖଣିଜ ସମ୍ପଦ ସଂରକ୍ଷଣ ସପ୍ତାହ

State

ବାରିପଦା:  ଏସୀୟ ମହାଦେଶର ସର୍ବ ପୁରାତନ ତଥା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଲୌହ ଖଣି ଲିଜଧାରୀ ମେସର୍ସ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ଼ ଆନୁକୁଲ୍ୟରେ ୨୫ ତମ ଖଣି ପରିବେଶ ଓ ଖଣିଜ ସଂପଦ ସଂରକ୍ଷଣ ସପ୍ତାହ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଖଣି ଜେନେରାଲ ମଏନଏଜର ଇଂ ବିକାଶ ରଂଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଲେଇଶିଳା ସରପଞ୍ଚ ମିଲିରାଣୀ ସିଂ ,ଟାଟା ଷ୍ଟିଲ କମ୍ପାନୀର ଯୋଡ଼ା ଇଷ୍ଟ ସ୍ଥିତ ଲୌହଖଣି ଆଂଚଳିକ ମେନେଜର ପଙ୍କଜ ଶ୍ରୀବାସ୍ତବ, ମେସର୍ସ ଇମ୍ଫା ଲିମିଟେଡ ର ମହାଗିରି ଖଣିର ସିନିଅର ମେନେଜର ( ଜିଓଲୋଜି) କ୍ଷୀରୋଦ ମହାପାତ୍ର,ଟାଟା ଷ୍ଟିଲ କମରଦା କ୍ରଓମଆଇଟ ମାଇନ୍ସରୁ ମାଇନିଂ ଅପରେଟିଭ ମେନେଜ ବି ଶାମସୁନ୍ଦର ,ଜି ଏମଏସ ର ମାଇନ୍ସ ମେନେଜର ନିଲେସ ସିଂ ,ମାଇନ୍ସ ମେନେଜର ଅନୂପ ସାମନ୍ତ,ଏଚଆର ଜାହିଦ ଇକବଲ,ସିନିଅର ଭୂତତ୍ବଵିତ ଶ୍ରୀ ବାବୁ ପ୍ରମୁଖ ଯୋଗ ଦେଇଥିଲେ ।

ଅତିଥି ଗଣ ଉପସ୍ଥିତ ଥିବା ଶ୍ରମିକ ଓ ଉପସ୍ଥିତ ଅଂଚଳବାସୀଙ୍କୁ ଖଣି ସୁରକ୍ଷା ଓ ପରିବେଶ ସଂରକ୍ଷଣ,ବୃକ୍ଷ ରୋପଣ ଇତ୍ୟାଦି ଉପରେ ଆଲୋକପାତ କରିଥିଲେ ।ଏହି ପରିପ୍ରେକ୍ଷୀରେ ପରିବେଶ ସମ୍ବନ୍ଧୀୟ ବିଦ୍ୟାଳୟ ସ୍ତରୀୟ ବକୃତା ପ୍ରତିଯୋଗୀତା,କୁଇଜ୍,ଓ ଚିତ୍ରକଳା ପ୍ରତି ଯୋଗୀତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଚଳିତ ବର୍ଷ ଶ୍ରେଷ୍ଠ ଶୃଙ୍ଖଳିତ,କର୍ମଠ କର୍ମଚାରୀ ଭାବେ ବିକାଶ ଦାସଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଖଣି କର୍ମଚାରୀ ମାନେ ସହଯୋଗ କରିଥିଲେ ।

Qweqe