Onn 3

ଉତ୍ତରାକାଶୀର ଯମଯନ୍ତା ସୁଡ଼ଙ୍ଗରୁ ଉଦ୍ଧାର ହୋଇଥିବା ରାଜୁ ନାୟକଙ୍କୁ ଜନ୍ମ ମାଟି ବିପୁଳ ସମ୍ବର୍ଦ୍ଧନା

State

ବାରିପଦା: ଉତ୍ତରାଖଣ୍ଡର ଉତ୍ତରାକାଶୀର ନିର୍ମାଣଧୀନ ସୁଡ଼ଙ୍ଗ ସ୍ଖଳନ ଯୋଗୁଁ ସୁଡ଼ଙ୍ଗ ଭିତରେ ଯମଯନ୍ତା ଭଳି ରହିଥିଲେ ୪୧ ଶ୍ରମିକ ଓ କର୍ମଚାରୀ । ଦୀର୍ଘ ଦିନ ୧୭ ଦିନ ପରେ ଉଦ୍ଧାର ହୋଇଥିବା ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଵହଳଦା ବ୍ଳକର ଝରାଡିହି ପଞ୍ଚାୟତର କୁଲଡ଼ିହା ଗ୍ରାମର ରାଜୁ ନାଏକ ଆଜି ଭୁବନେଶ୍ଵରରୁ ନିଜ ଜନ୍ମ ମାଟିକୁ ଫେରିଛନ୍ତି ।ପୂର୍ବାହ୍ନ ୧୧ ଘଟିକାରେ ରାଇରଙ୍ଗପୁର ମୁର୍ମୁ ଛକରେ ପହଞ୍ଚିବାପରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ବରିଷ୍ଠ ବିଜେପି ନେତା ବିକାଶ ମହାନ୍ତ ଏବଂ ଅନ୍ୟ ଦଳୀୟ ନେତୃବୃନ୍ଦ ପ୍ରମୁଖ ତାଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିଭଳି ନିଜ ଜନ୍ମମାଟି କୁଲଡିହା ଗ୍ରାମରେ ବିଜେପିର ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଇଂ କମଳାକାନ୍ତ ନାଏକ, ବିଜେପି ଏସଟି ସେଲ ରାଜ୍ୟ ନେତା ରାମଚନ୍ଦ୍ର ହାଁସଦା, , ସେହିଭଳି ବିଜେଡି ସଦର ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ,ଉପସଭାପତି ଶଚିନ ଦାସ, ବ୍ଳକ ସଭାପତି ହରେକୃଷ୍ଣ ମଣ୍ଡଳ, ୨୫ ନମ୍ବର ଜିଲ୍ଲା ପରିଷଦ ସଦସ୍ଯା ଭଗବତୀ ମିଶ୍ର,ଜିତୁ ସାହୁ ,ବାବୁଲା ପାତ୍ର, ଵହଳଦା ବ୍ଳକ ଉପାଧ୍ୟକ୍ଷ ହିରନ ,ଗ୍ରାମବାସୀ ପ୍ରମୁଖ ତାଙ୍କୁ ପୁଷ୍ପମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Srew

ରାଜୁ ତାଙ୍କର ଛାତିଥରା କାହାଣୀ, ଅନୁଭୂତି ଗଣ ମାଧ୍ୟମ ସମ୍ମୁଖରେ ବଖାଣି ଥିଲେ ।ରାଜୁ ଫେରନ୍ତାକୁ ନେଇ ଗ୍ରାମବାସୀ ଗାଁରେ ପୂଜାର୍ଚ୍ଚନା ଓ ସଙ୍କୀର୍ତ୍ତନ ଦୁଇଦିନ ହେଲା ଚାଲିଥେ ।ରାଜୁକୁ ଫେରନ୍ତାକୁ ସ୍ବଚକ୍ଷୁରେ ଦେଖି ଭାବ ବିହ୍ୱଳ ପରିବାର ଲୋକେ ତଥା ତାଙ୍କ ବାପା ମୋଚିରାମ ନାଏକ, ମାଆ,କକା ,ଖୁଡି,ଭାଇ ,ଭଉଣୀ,ଜ୍ଞାତି ପରିଜନ,ବଂଧୁ ବାନ୍ଧବ ଗ୍ରାମବାସୀ ବହୁ ଆନନ୍ଦିତ ହୋଇଥିଲେ ।ଖୁସିରେ ଗାଁ ରେ ମିଠା ବଣ୍ଟନ ହୋଇଥିଲା । ରାଜ୍ୟ ସରକାର ତାଙ୍କୁ ଯିବା ଆସିବା ଖର୍ଚ ସହ ଦୁଇ ଲକ୍ଷ ଟଙ୍କା, ଉତ୍ତରାଖଣ୍ଡ ସରକାର ୧ ଲକ୍ଷ ଟଙ୍କା ଏବଂ ଟନେଲ ଠିକା କମ୍ପାନୀ ୨ ଲକ୍ଷ ଟଙ୍କା ତଥା ସମୁଦାୟ ୫ ଲକ୍ଷ ଟଙ୍କା ସହାୟତା ପାଇଛନ୍ତି । ଘର ବୁଲାବୁଲି ସାରି ସେ ଆଉ କାମକୁ ଫେରିଯିବାକୁ ଗଣମାଧ୍ୟମ ପଚାରିବାରୁ ସେ କହିଲେ ଘର ଲୋକ ଛାଡ଼ିଲେ ସେ ନିଶ୍ଚିତ ଯିବେ ! ରାଜ୍ୟ ସରକାରଙ୍କ ସହାୟତା ସେ ଭୁଲି ପାରିବେ ନାହିଁ ।ତାଙ୍କ ସହିତ ମୟୂରଭଞ୍ଜ ଜିଲ୍ଲାର ଭାରାପ୍ରାପ୍ତ ଶ୍ରମ ଅଧିକାରୀ ଆସି ତାଙ୍କ ଘରେ ରାଜୁକୁ ସମ୍ମାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛାଡିଥିଲେ ।