Onn 3

ଅବସରପ୍ରାପ୍ତ ଶିକ୍ଷକଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଳକ ଅଂଚଳର ବିଶିଷ୍ଟ ଶିକ୍ଷାବିତ ତଥା ପରିବେଶବିତ ବଳରାମ ପାତ୍ରଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଦ୍ୱିତୀୟ ଥର ନିମନ୍ତେ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ କଟକ ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ କଞ୍ଜରଭେଟର ଜିତେଶତ୍ରୁ ମହାନ୍ତି , ରାଜକିଶୋର ସ୍ୱାଇଁ, ସୌଭାଗ୍ୟ କୁମାର ସାହୁ, ଅଭିମନ୍ୟୁ ଜେନା, କଟକ ଉପଜିଲ୍ଲାପାଳ ଅଳକାରାଣୀ ଦେବତା ପ୍ରମୁଖ ଯୋଗଦାନ କରି ଶ୍ରୀ ପାତ୍ରଙ୍କୁ ପରିବେଶର ସୁରକ୍ଷା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଉପଢୌକନ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏଥିନିମନ୍ତେ ଶ୍ରୀ ପାତ୍ରଙ୍କୁ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସାରଦା ପ୍ରସାନ ମିଶ୍ର ,ସମ୍ବାଦିକ ଅକ୍ଷୟ କୁମାର ଦାଶ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଚିତରଞ୍ଜନ ରାଉତ, ରବିନ୍ଦ୍ରନାଥ ପଣ୍ଡା, ପରିବାର ସମ୍ପାଦକ ପ୍ରମୋଦ କୁମାର ନାୟକ, ସାହିତ୍ୟିକ ଡ. ପୁର୍ଣ୍ଣଚନ୍ଦ୍ର ଓଝା, ଅଧ୍ୟାପକ କ୍ଷିତିଶ ଚନ୍ଦ୍ର ଭୂୟାଁ , ଉର୍ବୀ ସମ୍ପାଦକ ଶ୍ରୀଧର ଶେଖର ମହାପାତ୍ର, ଅଭୟ କୁମାର ଜେନା, ଗୌତମ ଜେନା, ରାଜକିଶୋର ମିଶ୍ର, ଅଭୟ କୁମାର ରାଉତ, ଅକ୍ଷୟ କୁମାର ଷଢଙ୍ଗୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।